କୃଷକ ଆନ୍ଦୋଳନରୁ ଓହରିଲା କିଷାନ ମହାପଞ୍ଚାୟତ ; ପ୍ରତ୍ୟେକ ପର୍ଯ୍ୟାୟ ବିଶ୍ଳେଷଣ କରିବା ପରେ ହିଁ ଆନ୍ଦୋଳନକୁ କରିବେ ସମର୍ଥନ

ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଗଠନ ଏବଂ ଭାରତୀୟ ଭାରତ କିଷାନ ସଂଗଠନ (ଭାନୁ), ଅଲ ଇଣ୍ଡିଆ କିସାନ ସଂଘର୍ଷ ସମନ୍ୱୟ ସମିତି ଏହି ଆନ୍ଦୋଳନରୁ ଓହରିବା ପରେ କିଷାନ ମହାପଞ୍ଚାୟତ ମଧ୍ୟ ଆନ୍ଦୋଳନରୁ ଓହରିବା ନେଇ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ଦିଲ୍ଲୀର କୃଷକ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ପରେ ଅନେକ କୃଷକ ସଂଗଠନ ଚାଷୀ ଆନ୍ଦୋଳନରୁ ଓହରି ଯାଇଛନ୍ତି । ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଗଠନ ଏବଂ ଭାରତୀୟ ଭାରତ କିଷାନ ସଂଗଠନ (ଭାନୁ), ଅଲ ଇଣ୍ଡିଆ କିସାନ ସଂଘର୍ଷ ସମନ୍ୱୟ ସମିତି ଏହି ଆନ୍ଦୋଳନରୁ ଓହରିବା ପରେ କିଷାନ ମହାପଞ୍ଚାୟତ ମଧ୍ୟ ଆନ୍ଦୋଳନରୁ ଓହରିବା ନେଇ ଘୋଷଣା କରିଛନ୍ତି ।

Rampal-Jat

କିସାନ ମହାପଞ୍ଚାୟତର ରାମପାଲ ଜାଟ କହିଛନ୍ତି ଯେ, "ଆମେ ଜାନୁଆରୀ 21 ରେ ସଂଯୁକ୍ତ କିଷାନ ମୋର୍ଚ୍ଚାରୁ ନିଜକୁ ଅଲଗା କରିଥିଲୁ, କିନ୍ତୁ ଆନ୍ଦୋଳନକୁ ସମର୍ଥନ କରିଆସିଥିଲୁ । ବର୍ତ୍ତମାନ, ପ୍ରତ୍ୟେକ ପର୍ଯ୍ୟାୟ ବିଶ୍ଳେଷଣ କରିବା ପରେ ଆମେ ଏହି ଆନ୍ଦୋଳନକୁ ସମର୍ଥନ କରିବୁ । ରାଜସ୍ଥାନ-ହରିୟାଣା ସୀମା ଶାହଜାହାନପୁର୍ ବିରୋଧ ସ୍ଥାନ ଖାଲି କରିବାକୁ ନିଷ୍ପତ୍ତି ନେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଜାନୁଆରୀ 26 ରେ ଲାଲକିଲ୍ଲାରେ ଦାୟିତ୍ୱ ନେଇଥିଲେ ସେମାନଙ୍କୁ ଗିରଫ କରାଯାଇ ନାହିଁ ।

ସେ କହିଛନ୍ତି, ଏହା ଦର୍ଶାଉଛି ଯେ ଏହା ସରକାରଙ୍କ ଷଡଯନ୍ତ୍ର । ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ । "ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାକୁ ନେଇ ଦିଲ୍ଲୀ ପୋଲିସ 44 କୃଷକ ନେତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି । ପୋଲିସ ମୋଟ 33 ଟି ମାମଲା ରୁଜୁ କରିଛି, ସେଥିମଧ୍ୟରୁ ଲାଲକିଲ୍ଲା, ଆଇଟିଓ ଏବଂ ଅକ୍ଷରଧାମ ନିକଟରେ ହୋଇଥିବା ହିଂସା ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମ ଶାଖାକୁ ହସ୍ତାନ୍ତର କରାଯାଇଛି ।

ଉଲ୍ଲେଖନୀୟ, ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ନେଇ ପ୍ରସ୍ତାବ ଦିଆଯାଇଥିଲା । କୃଷକମାନେ ଦିଲ୍ଲୀ ସରକାରଙ୍କୁ କହିଥିଲେ ଯେ ସେମାନେ ଏହି ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବେ ଏବଂ କୌଣସି ପ୍ରକାର ହିଂସା କରିବେ ନାହିଁ । କିନ୍ତୁ କୃଷକମାନେ ସେମାନଙ୍କ ପ୍ରତିଶ୍ରୁତିରି ଓହରି ଦିଲ୍ଲୀରେ ହିଂସା କରିଥିଲେ ଏବଂ ପୋଲିସ୍ ସହ ସଁଘର୍ଷରେ ଦିଲ୍ଲୀର ଅନେକ ପୋଲିସ୍ କର୍ମଚାରୀ ଆହତ ହୋଇଥିଲେ । ବର୍ତ୍ତମାନ ସରକାର ବିରୋଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+