Get Updates
Get notified of breaking news, exclusive insights, and must-see stories!

ତ୍ରିରଙ୍ଗା କୁ ଓହ୍ଲାଇ ଖଲିସ୍ତାନୀ ପତାକା ଲଗାଇଲେ ବିକ୍ଷୋଭକାରୀ, ଲଣ୍ଡନରେ ହାଇକମିଶନ ଉପରେ ଆକ୍ରମଣ

ଭାରତ ଠାରୁ ଲଣ୍ଡନ ପର୍ଯ୍ୟନ୍ତ ବିକ୍ଷୋଭ କରୁଛନ୍ତି ଖଲିସ୍ତାନ ସମର୍ଥକ । ବିକ୍ଷୋଭକାରୀ ମାନେ ଖଲିସ୍ତାନ ପତାକା ଧରି ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବାହାରେ ଧାରଣା ଦେଇ ନାରାବାଜି କରୁଛନ୍ତି । ଭାରତୀୟ ହାଇକମିଶନରେ ଥିବା ତ୍ରିରଙ୍ଗା ପତାକାକୁ ଓହ୍ଲାଇ ଦେଇଛନ୍ତି

Khalistan protest

ଖାଲିସ୍ତାନୀ ସମର୍ଥକ ତଥା 'ୱାରିସ ପଞ୍ଜାବ ଦେ' ନେତା ଅମୃତପାଲ ସିଂହ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଆକ୍ରମଣାତ୍ମକ ହୋଇଉଠିଛନ୍ତି ଖଲିସ୍ତାନୀ ସମର୍ଥକ । ଏହାକୁ ବିରୋଧ କରି ଭାରତ ଠାରୁ ଲଣ୍ଡନ ପର୍ଯ୍ୟନ୍ତ ବିକ୍ଷୋଭ କରୁଛନ୍ତି ଖଲିସ୍ତାନ ସମର୍ଥକ । ବିକ୍ଷୋଭକାରୀ ମାନେ ଖଲିସ୍ତାନ ପତାକା ଧରି ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବାହାରେ ଧାରଣା ଦେଇ ନାରାବାଜି କରୁଛନ୍ତି । ଏପରିକି ଭାରତୀୟ ହାଇ କମିଶନରେ ଥିବା ତ୍ରିରଙ୍ଗା ପତାକାକୁ ଓହ୍ଲାଇ ଦେଇ ଖଲିସ୍ତାନୀ ପତାକା ଲଗାଇଛନ୍ତି ।

ଭାରତୀୟ ପତାକାକୁ ଓହ୍ଲାଇ ଦେବା ଏବଂ ବ୍ରିଟିଶ ସରକାରଙ୍କ "ଉଦାସୀନତା" ବିରୋଧରେ କେନ୍ଦ୍ର ବ୍ରିଟିଶ ଡେପୁଟି ହାଇ କମିଶନର କ୍ରିଷ୍ଟିନା ସ୍କଟଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନୋଟିସ୍ ଜାରି କରିଛି । ସ୍କଟଙ୍କୁ ଏହାର ସ୍ପଷ୍ଟୀକରଣ ଏବଂ ସମ୍ପୂର୍ଣ୍ଣ ଅନୁସନ୍ଧାନ ପାଇଁ କୁହାଯାଇଥିବା ନେଇ ବିଦେଶ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି । ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ପ୍ରତି ବ୍ରିଟିଶ ସରକାରଙ୍କ ମନୋଭାବ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ କୁହାଯାଇଛି ।
ୱାରିସ୍ ପଞ୍ଜାବ ଦେ (ଡବ୍ଲୁପିଡି) ଗୋଷ୍ଠୀ ଉପରେ ପଞ୍ଜାବରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀମାନେ ଖାଲିସ୍ତାନୀ ସ୍ଲୋଗାନ ଦେଇ ହାଇ କମିଶନରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ଏହି ସମୟରେ ଜଣେ ବିକ୍ଷୋଭକାରୀ ଭାରତୀୟ ହାଇ କମିଶନ ବାଲକୋନୀ ଉପରକୁ ଚଢି ତ୍ରିରଙ୍ଗାକୁ ଓହ୍ଲାଇ ଦେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି ।

ଏହି ବିକ୍ଷୋଭକାରୀ ମାନଙ୍କୁ ହାଇ କମିଶନ ପରିସରରେ ପ୍ରବେଶ କରିବାକୁ ଅନୁମତି ଦେବା ସହ ବ୍ରିଟିଶ ନିରାପତ୍ତା ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅନୁପସ୍ଥିତି ପାଇଁ ଏକ ସ୍ପଷ୍ଟୀକରଣ ଦାବି କରାଯାଇଛି ବୋଲି ବିଦେଶ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ।

ରବିବାର ଦିନ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ଏବଂ ଦୋଷୀ ସାବ୍ୟସ୍ତ କରିବା ପାଇଁ ତଥା ବ୍ରିଟିଶ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଭାରତ ଆଶା କରୁଥିବା ନେଇ ବିଦେଶ ମନ୍ତ୍ରଣାଳୟ କହିଛି ।

ଉଲ୍ଲେଖଯୋଗ୍ୟ, ଖଲିସ୍ତାନ ସମର୍ଥକ ଅମୃତ ପାଲ ସିଂହ ଏବଂ ତାର ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଞ୍ଜାବ ପୋଲିସ ଅମୃତପାଲ ସିଂହକୁ ପଳାତକ ଅପରାଧୀ ଘୋଷିତ କରିଛି ।

ମାର୍ଚ୍ଚ 19 ରେ ପୋଲିସ ଏହାର 34 ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅମୃତପାଲର ମୋଟ 112 ସହଯୋଗୀଙ୍କୁ ଗିରଫ କରାଯାଇଛି । ରବିବାର ଦିନ ପୋଲିସ ସାରା ପଞ୍ଜାବରେ ଫ୍ଲାଗ୍ ମାର୍ଚ୍ଚ ଏବଂ ସର୍ଚ୍ଚ କରିଥିଲା । ଆସାମରେ ଅମୃତପାଲର କିଛି ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+