ଅମୃତପାଲ ସିଂହର ଦାଦା ଏବଂ ଡ୍ରାଇଭର କଲେ ଆତ୍ମସମର୍ପଣ, ତୃତୀୟ ଦିନ ଜାରି ରହିଛି ସର୍ଚ୍ଚ ଅପରେସନ
ଖଲିସ୍ତାନୀ ସମର୍ଥକ ତଥା 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମୃତପାଲ ସିଂହର ଡ୍ରାଇଭର ହରପ୍ରୀତ ଏବଂ ଦାଦା ହରଜିତ ମେହଟପୁରର ପଞ୍ଜାବ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତକାଲି ରାତିରେ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା ।

ଚଣ୍ଡିଗଡ଼ : ଖଲିସ୍ତାନୀ ସମର୍ଥକ ତଥା 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମୃତପାଲ ସିଂହର ଡ୍ରାଇଭର ହରପ୍ରୀତ ଏବଂ ଦାଦା ହରଜିତ ମେହଟପୁରର ପଞ୍ଜାବ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତକାଲି ରାତିରେ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା । ଖାଲିସ୍ତାନୀ ନେତା ଅମୃତପାଲ ସିଂହକୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସର ସର୍ଚ୍ଚ ଅପରେସନ ସାରା ରାଜ୍ୟରେ ତୃତୀୟ ଦିନ ପାଇଁ ଜାରି ରହିଛି । ପଞ୍ଜାବ ପୋଲିସ ଅମୃତପାଲ ସିଂହକୁ ପଳାତକ ଅପରାଧୀ ଘୋଷିତ କରିଛି ।
'ୱାରିସ୍ ପଞ୍ଜାବ ଦେ' ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପଞ୍ଜାବ ପୋଲିସ ସୂଚନା ଦେଇଛି । ମାର୍ଚ୍ଚ 19 ରେ ପୋଲିସ ଆଉ 34 ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅମୃତପାଲର ମୋଟ 112 ସହଯୋଗୀଙ୍କୁ ଗିରଫ କରାଯାଇଛି । ରବିବାର ଦିନ ପୋଲିସ ସାରା ପଞ୍ଜାବରେ ଫ୍ଲାଗ୍ ମାର୍ଚ୍ଚ ଏବଂ ସର୍ଚ୍ଚ କରିଥିଲା । ଆସାମରେ ଅମୃତପାଲର କିଛି ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଏହା ସହିତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥଆକୁ ଦୃଷ୍ଚିରେ ରଖି ପଞ୍ଜାବ ସରକାର ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବା ଉପରେ ପ୍ରତିବନ୍ଧକକୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପଞ୍ଜାବ ପୋଲିସ୍ ଶନିବାର ଦିନ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରଠାରୁ ଅମୃତପାଲ ଫେରାର୍ ଅଛି । ପୋଲିସ ତାକୁ ପଳାତକ ଅପରାଧୀ ବୋଲି ଘୋଷଣା କରିଛି । ଅମୃତପାଲ ସିଂହ ଏବଂ ତାର ସମର୍ଥକମାନେ ଅମୃତସର ନିକଟ ଅଜନାଲା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବାର ସପ୍ତାହେ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।












Click it and Unblock the Notifications