ପଞ୍ଜାବ ପୋଲିସ ନଜରରୁ ଖସିବା ହେଉଛି କଷ୍ଟକର, ଆଜି ଆତ୍ମସମର୍ପଣ କରିପାରେ ପଳାତକ ଅମୃତପାଲ ସିଂହ

ଚଣ୍ଡିଗଡ଼ : ପଞ୍ଜାବ ପୋଲିସ କୁ ଚକମା ଦେଇ ବାରମ୍ବାର ଫେରାର୍ ହେଉଥିବା 'ୱାରିସ୍ ପଞ୍ଜାବ ଦେ' ମୁଖ୍ୟ ତଥା ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂହକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ପୋଲିସ୍ ନଜରରୁ ବେଶି ଦିନ ଲୁଚି ରହିବା କଷ୍ଟକର ହୋଇପଡ଼ିଛି । ତେଣୁ ପଳାତକ ଅମୃତପାଲ ବୁଧବାର ପଞ୍ଜାବ ପୋଲିସ ନିକଟରେ ଆତ୍ମସମର୍ପଣ କରିପାରେ ବୋଲି ସୂଚନା ମିଳିଛି । ଆତ୍ମସମର୍ପଣ କରିବା ନେଇ ଖବର ମିଳିବା ପରେ ଅମୃତସରରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଯାଇଛି ।
ମାର୍ଚ୍ଚ 18 ରୁ ଅମୃତପାଲ ସିଂହ ଫେରାର୍ ଅଛି । ଅଜନାଲା ପୋଲିସ ଷ୍ଟେସନ ଆକ୍ରମଣ ମାମଲାରେ ପଞ୍ଜାବ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପର ଠାରୁ ସେ ଫେରାର୍ ଅଛି । ମାର୍ଚ୍ଚ 18 ରେ ପୋଲିସ ତାର ସମର୍ଥକ ଥିବା 120 ରୁ ଅଧିକ ଲୋକଙ୍କୁ ଗିରଫ କରିଛି ପୋଲିସ୍ ।
ଏହି ସମୟରେ ସୂଚନା ମିଳିଛି ଯେ ଆଜି ଅମୃତପାଲ ସିଂହ ଅମୃତସରର ଅକଲ ତାଖଟ ସାହିବରେ ଆତ୍ମସମର୍ପଣ କରିପାରେ । ବର୍ତ୍ତମାନ ସୁଦ୍ଧା ଅମୃତପାଲ ସିଂହକୁ ଧରିବା ପାଇଁ ପଞ୍ଜାବ ପୋଲିସ ସମଗ୍ର ରାଜ୍ୟରୁ ଆରମ୍ଭ କରି ଆଖପାଖ ରାଜ୍ୟ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରଖିଛି ।
ପଳାତକ ଘୋଷିତ ଅମୃତପାଲଙ୍କୁ ପଞ୍ଜାବ ପୋଲିସ 12 ଦିନ ଧରି ଖୋଜୁଛି । ଫେରାର୍ ହେବା ପର ଠାରୁ ଅମୃତପାଲ ସିଂହ ଦୁଇ ଦୁଇ ଥର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । କେତେବେଳେ ଦିଲ୍ଲୀରେ ତେ କେତେବେଳେ ପଞ୍ଜାବରେ ସେ ଥିବା ନେଇ ସୂଚନା ମିଳୁଛି । ମଙ୍ଗଳବାର ରାତିରେ ମଧ୍ୟ ପଞ୍ଜାବ ଏବଂ ଏହାର ନିକଟସ୍ଥ ହୋଶିଆରପୁରରେ ଅମୃତପାଲ ଲୁଚଥିବା ସନ୍ଦେହ କରି ବଡ଼ ଧରଣର ସର୍ଚ୍ଚ ଅପରେସନ୍ କରାଯାଇଥିଲା ।












Click it and Unblock the Notifications