Get Updates
Get notified of breaking news, exclusive insights, and must-see stories!

ନୁପୁର ଶର୍ମାଙ୍କ ମୁଣ୍ଡ କାଟିଲେ ପୁରସ୍କାର ଘୋଷଣା କରିଥିବା ଖାଦିମ ସଲମାନ ଚିସ୍ତି ଗିରଫ

ଗତକାଲି ରାତିରେ ରାଜସ୍ଥାନ ପୋଲିସ ଦ୍ୱାରା ଅଜମେର ସରିଫ ଦରଗାହ ର ଖାଦିମ ସଲମାନ ଚିସ୍ତିକୁ ଗିରଫ କରାଯାଇଛି । ସଲମାନ ଚିସ୍ତି ନୁପୁର ଶର୍ମାଙ୍କ ବିଷୟରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି ।

ଜୟପୁର : ଗତକାଲି ରାତିରେ ରାଜସ୍ଥାନ ପୋଲିସ ଦ୍ୱାରା ଅଜମେର ସରିଫ ଦରଗାହ ର ଖାଦିମ ସଲମାନ ଚିସ୍ତିକୁ ଗିରଫ କରାଯାଇଛି । ସଲମାନ ଚିସ୍ତି ନୁପୁର ଶର୍ମାଙ୍କ ବିଷୟରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି । ସଲମାନ ଚିସ୍ତି ଏକ ଭିଡିଓ ଜାରି କରି କହିଛନ୍ତି ଯେ ଯିଏ ନୁପୁର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୁଁ ତାଙ୍କୁ ଘର ଓ ଟଙ୍କା ଦେବି । ସଲମାନ ଚିସ୍ତିଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହୋଇଥିଲା, ଯାହା ପରେ ଗିରଫ ହେବା ନେଇ ଦାବି ହୋଇଥିଲା । ସଲମାନ ଚିସ୍ତିଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଛି । ଏହା ପରେ ଶେଷରେ ପୋଲିସ ସଲମାନ ଚିସ୍ତିଙ୍କୁ ଗିରଫ କରିଛି ।

salman Chinsthi

ସଲମାନ ଚିସ୍ତି ବିରୋଧରେ ଦରଗାହା ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁଯାୟୀ, ସଲମାନଙ୍କ ବିରୋଧରେ 15 ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ଯେଉଁଥିରେ 307 ସହିତ ଆକ୍ରମଣ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ତେବେ ଅନେକ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କିନ୍ତୁ ସେ ଯେପରି ନୁପୁର ଶର୍ମାଙ୍କ ବିଷୟରେ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି ଏବଂ କହିଛନ୍ତି ଯେ ଯିଏ ନୁପୁର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୁଁ ମୋର ପିଲାଙ୍କ ଶପଥ ନେଇ କହୁଛି ମୁଁ ତାଙ୍କୁ ମୋର ସମସ୍ତ ସମ୍ପତ୍ତି ଦେବି । ନୁପୁର ଶର୍ମାଙ୍କ ବିଷୟରେ ସେ କହିଛନ୍ତି ଯେ ମୁଁ ତାଙ୍କୁ ଖୋଲାଖୋଲି ଭାବେ ଗୁଳି କରିଥାନ୍ତି, ଆଜି ବି ମୁଁ କହୁଛି ଯିଏ ନୁପୁର ଶର୍ମାଙ୍କ ମୁଣ୍ଡ କାଟି ଆଣିବ ମୁଁ ତାକୁ ମୋର ସମସ୍ତ ସମ୍ପତ୍ତି ଦେଇଦେବି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦରଗାହ ପୋଲିସ ସଲମାନଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ ନୁପୁର ଶର୍ମା ଏକ ଟିଭି ବିତର୍କ ସମୟରେ ମହମ୍ମଦ ସାହେବଙ୍କ ବିଷୟରେ ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ତାଙ୍କୁ ବିରୋଧ କରାଯାଉଛି । ତାଙ୍କ ବିବୃତ୍ତି ହେତୁ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଛି । ଏହି ବିବୃତ୍ତି ପରଠାରୁ ନୁପୁର ଶର୍ମାଙ୍କୁ କ୍ରମାଗତ ଭାବରେ ମୃତ୍ୟୁ ଧମକ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+