କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ତିନିକୁ ବୃଦ୍ଧି ପାଇଲା ସଂକ୍ରମିତ ସଂଖ୍ୟା
କେରଳରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ମଙ୍କିପକ୍ସ ପଜିଟିଭ୍ ଚିହ୍ନଟ ହୋଇଥିବା 35 ବର୍ଷୀୟ ବ୍ୟକ୍ତି ୟୁଏଇରୁ ଫେରିଥିଲେ ।
ଥିରୁଅନନ୍ତପୁରମ୍ : କେରଳରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ମଙ୍କିପକ୍ସ ପଜିଟିଭ୍ ଚିହ୍ନଟ ହୋଇଥିବା 35 ବର୍ଷୀୟ ବ୍ୟକ୍ତି ୟୁଏଇରୁ ଫେରିଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ ମାଲାପୁରାମ ମୂଳ ବାସିନ୍ଦା ଜୁଲାଇ 6 ରେ ୟୁଏଇରୁ ଫେରିଥିଲେ । ବର୍ତ୍ତମାନ ସେ ମଞ୍ଜେରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ରୋଗୀଙ୍କ ସହ ସମ୍ପର୍କରେ ଥିଲେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।
ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଜୁଲାଇ 14 ରେ କୋଲାମ ଜିଲ୍ଲା ରେ ଚିହ୍ନଟ ହୋଇଥିଲା, ଯିଏକି ୟୁଏଇରୁ ଫେରିଥିଲେ । ସେ ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜୁଲାଇ 16 ରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ରାଜ୍ୟକୁ ପଠାଇଥିଲା ଏବଂ ଏହାର ସଦସ୍ୟମାନେ ସଂକ୍ରମିତ, ମେଡିକାଲ କଲେଜ ଏବଂ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଥିଲେ । ପରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ସେ ପଶ୍ଚିମ ଆଫ୍ରିକାର ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ ।
ସୋମବାର ଦିନ କେରଳ ରାଜ୍ୟର କନ୍ନୁର ଜିଲ୍ଲାରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ରିପୋର୍ଟ ହୋଇଥିଲା । ଜର୍ଜ ସୂଚାଇ ଦେଇଛନ୍ତି ଯେ ପ୍ୟାରୀନରେ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ।
ବିଶେଷଜ୍ଞଙ୍କ ଅନୁଯାୟୀ, ମଙ୍କିପକ୍ସ ଜୀବାଣୁ ଅଧିକ ହାରରେ ପରିବର୍ତ୍ତନ ହୁଏ କିନ୍ତୁ ଏହା ଚିକିତ୍ସା ଯୋଗ୍ୟ ଏବଂ ଲକ୍ଷଣ ସହିତ ଚିକିତ୍ସା ଭିନ୍ନ ହୋଇଥାଏ । ଜ୍ୱର, ମୁଣ୍ଡବିନ୍ଧା ଏବଂ ଫ୍ଲୁରୁ ଏହି ସଂକ୍ରମଣ ଆରମ୍ଭ ହୁଏ ବୋଲି ସେମାନେ କହିଛନ୍ତି । ସଂକ୍ରମଣ ତୀବ୍ର ହେବାପରେ ଶରୀରରେ ଲାଲ କ୍ଷତ ଦେଖାଯାଏ ଏବଂ ଚିକେନ୍ ପକ୍ସ ପରି ଲକ୍ଷଣ ଦେଖାଯାଏ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications