For Quick Alerts
Turn On Notification  
For Daily Alerts
Oneindia App Download

କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ତିନିକୁ ବୃଦ୍ଧି ପାଇଲା ସଂକ୍ରମିତ ସଂଖ୍ୟା

କେରଳରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ମଙ୍କିପକ୍ସ ପଜିଟିଭ୍ ଚିହ୍ନଟ ହୋଇଥିବା 35 ବର୍ଷୀୟ ବ୍ୟକ୍ତି ୟୁଏଇରୁ ଫେରିଥିଲେ ।

|

ଥିରୁଅନନ୍ତପୁରମ୍ : କେରଳରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ମଙ୍କିପକ୍ସ ପଜିଟିଭ୍ ଚିହ୍ନଟ ହୋଇଥିବା 35 ବର୍ଷୀୟ ବ୍ୟକ୍ତି ୟୁଏଇରୁ ଫେରିଥିଲେ ।

monkeypox

ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ ମାଲାପୁରାମ ମୂଳ ବାସିନ୍ଦା ଜୁଲାଇ 6 ରେ ୟୁଏଇରୁ ଫେରିଥିଲେ । ବର୍ତ୍ତମାନ ସେ ମଞ୍ଜେରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ରୋଗୀଙ୍କ ସହ ସମ୍ପର୍କରେ ଥିଲେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।

ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଜୁଲାଇ 14 ରେ କୋଲାମ ଜିଲ୍ଲା ରେ ଚିହ୍ନଟ ହୋଇଥିଲା, ଯିଏକି ୟୁଏଇରୁ ଫେରିଥିଲେ । ସେ ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜୁଲାଇ 16 ରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ରାଜ୍ୟକୁ ପଠାଇଥିଲା ଏବଂ ଏହାର ସଦସ୍ୟମାନେ ସଂକ୍ରମିତ, ମେଡିକାଲ କଲେଜ ଏବଂ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଥିଲେ । ପରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ସେ ପଶ୍ଚିମ ଆଫ୍ରିକାର ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ ।

ସୋମବାର ଦିନ କେରଳ ରାଜ୍ୟର କନ୍ନୁର ଜିଲ୍ଲାରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ରିପୋର୍ଟ ହୋଇଥିଲା । ଜର୍ଜ ସୂଚାଇ ଦେଇଛନ୍ତି ଯେ ପ୍ୟାରୀନରେ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ମଙ୍କିପକ୍ସ ଜୀବାଣୁ ଅଧିକ ହାରରେ ପରିବର୍ତ୍ତନ ହୁଏ କିନ୍ତୁ ଏହା ଚିକିତ୍ସା ଯୋଗ୍ୟ ଏବଂ ଲକ୍ଷଣ ସହିତ ଚିକିତ୍ସା ଭିନ୍ନ ହୋଇଥାଏ । ଜ୍ୱର, ମୁଣ୍ଡବିନ୍ଧା ଏବଂ ଫ୍ଲୁରୁ ଏହି ସଂକ୍ରମଣ ଆରମ୍ଭ ହୁଏ ବୋଲି ସେମାନେ କହିଛନ୍ତି । ସଂକ୍ରମଣ ତୀବ୍ର ହେବାପରେ ଶରୀରରେ ଲାଲ କ୍ଷତ ଦେଖାଯାଏ ଏବଂ ଚିକେନ୍ ପକ୍ସ ପରି ଲକ୍ଷଣ ଦେଖାଯାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Kerala Reports Third Monkeypox case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X