ନିଜସ୍ୱ ଇଣ୍ଟରନେଟ୍ ସେବା ଦେବାରେ କେରଳ ପ୍ରଥମ ରାଜ୍ୟ
ନିଜର ଇଣ୍ଟରନେଟ୍ ସୁବିଧା ଥିବାରେ ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି କେରଳ । କେରଳ ସରକାରଙ୍କ ଏହା ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ଥିଲା ।
କୋଚି : ନିଜର ଇଣ୍ଟରନେଟ୍ ସୁବିଧା ଥିବାରେ ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି କେରଳ । କେରଳ ସରକାରଙ୍କ ଏହା ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ଥିଲା । ରାଜ୍ୟକୁ ନିଜର ଇଣ୍ଟରନେଟ୍ ଯୋଗାଇବା ପାଇଁ ସରକାର କେରଳ ଫାଇବର ଅପ୍ଟିକ୍ ନେଟୱାର୍କ ଲିମିଟେଡ୍ ପ୍ରକଳ୍ପ ଆରମ୍ଭ କରିଥିଲେ, ଯାହାକୁ ଟେଲି ଯୋଗାଯୋଗ ବିଭାଗ ଦ୍ୱାରା ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଭାବରେ ଲାଇସେନ୍ସ ପ୍ରଦାନ କରାଯାଇଛି ।

ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ଇଣ୍ଟରନେଟ୍ ସୁବିଧା ଯୋଗାଇବା । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ଏହି ପ୍ରକଳ୍ପର ସାହାଯ୍ୟରେ କେରଳ ସରକାର ସମାଜର ସମସ୍ତଙ୍କୁ ଇଣ୍ଟରନେଟ୍ ଯୋଗାଇବା ନେଇ ନିଜ ପ୍ରକଳ୍ପରେ ସଫଳ ହେବେ ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ କେରଳ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି ଯାହାପାଖରେ ନିଜସ୍ୱ ଇଣ୍ଟରନେଟ୍ ସୁବିଧା ରହିଛି । କେରଳ ଫାଇବର ଅପ୍ଟିକ୍ ନେଟୱାର୍କ ଲିମିଟେଡ୍ DoT ଇଣ୍ଡିଆରୁ ISP ଲାଇସେନ୍ସ ପାଇଛି । ଏହି KFON ଲୋକମାନଙ୍କୁ ମୌଳିକ ଇଣ୍ଟରନେଟ୍ ସେବା ଯୋଗାଇବା ଆରମ୍ଭ କରିପାରିବ । KFON ଯୋଜନା BPL ପରିବାରକୁ ମାଗଣା ଇଣ୍ଟରନେଟ୍ ସୁବିଧା ଯୋଗାଇବ, ଯାହା ଅଧୀନରେ BPL ପରିବାର ଏବଂ 30 ହଜାର ସରକାରୀ କାର୍ଯ୍ୟାଳୟକୁ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ । ଏହାପୂର୍ବରୁ 2019 ରେ କେରଳର ବାମ ସରକାର ଘୋଷଣା କରିଥିଲେ ଯେ ଏହା ଇଣ୍ଟରନେଟ ସେବାକୁ ଏକ ମୌଳିକ ଅଧିକାର କରିବ, ଏହା ପରେ 1548 କୋଟି ଟଙ୍କା KFON ଯୋଜନା ଘୋଷଣା କରାଯାଇଥିଲା ।












Click it and Unblock the Notifications