ବିଶ୍ୱବିଦ୍ୟାଳୟରେ କୁଳପତି ପଦରେ ରାଜ୍ୟପାଳଙ୍କ ବଦଳରେ ରହିବେ ଶିକ୍ଷାବିତ୍, ବିଲ୍ ଆଗତ କଲେ କେରଳ ସରକାର

ବିଶ୍ୱବିଦ୍ୟାଳୟର କୁଳପତି ପଦରେ ରାଜ୍ୟପାଳଙ୍କ ବଦଳରେ ଶିକ୍ଷାବିତ୍ ରହିବେ । ଏନେଇ କେରଳ ସରକାର ମଙ୍ଗଳବାର ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍ ପାରିତ କରିଛନ୍ତି ।

ଥିରୁଅନନ୍ତପୁରମ୍: ବିଶ୍ୱବିଦ୍ୟାଳୟର କୁଳପତି ପଦରେ ରାଜ୍ୟପାଳଙ୍କ ବଦଳରେ ଶିକ୍ଷାବିତ୍ ରହିବେ । ଏନେଇ କେରଳ ସରକାର ମଙ୍ଗଳବାର ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍ ପାରିତ କରିଛନ୍ତି ।

ତେବେ ବିଲ୍ ସମ୍ବନ୍ଧରେ ଏହାର ପରାମର୍ଶ ଗ୍ରହଣ ନକରିବାରୁ ବିରୋଧୀ UDF ଏହାକୁ ବିରୋଧ କରି ଗୃହ ପରିତ୍ୟାଗ କରିଥିଲେ । ଯେତେବେଳେ ରାଜ୍ୟ ସରକାର ବିଧାନସଭାରେ ଏହି ବିଲ୍ ଆଗତ କରିଥିଲେ ସେତେବେଳେ ବାଚସ୍ପତି ଏନ୍ ଶମସେର୍ କହିଛନ୍ତି ଯେ ଏହି ବିଲ୍ ପାରିତ ହୋଇଛି ।

kerala assembly

ଦୀର୍ଘ ଘଣ୍ଟା ଧରି ଚାଲିଥିବା ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିଲା । ଏହି ସମୟରେ କଂଗ୍ରେସ ନେତୃତ୍ୱାଧୀନ UDF କହିଛି ଯେ ସେମାନେ ରାଜ୍ୟପାଳଙ୍କୁ କୁଳପତି ଭାବରେ ହଟାଇବା ନେଇ ବିରୋଧ କରୁନାହିଁ, କିନ୍ତୁ ଏହି ପଦରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା କେରଳ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତିଙ୍କୁ କୁଳପତି ଭାବେ ନିଯୁକ୍ତି କରାଯିବା ଉଚିତ ।

ବିଧାନସଭାରେ ବିରୋଧୀ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ପାଇଁ ଅଲଗା କୁଳପତି ରହିବା ଆବଶ୍ୟକ ନାହିଁ । ଏଥି ସହ ବିରୋଧୀ ଦଳ ମଧ୍ୟ କହିଛନ୍ତି ଯେ ଚୟନ ପ୍ୟାନେଲରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ତଥା କେରଳ ହାଇକୋର୍ଟର ପ୍ରଧାନ ବିଚାରପତି ସାମିଲ ହେବା ଉଚିତ୍ ।

ତେବେ ରାଜ୍ୟ ଆଇନ ମନ୍ତ୍ରୀ ପି ରାଜୀବ କହିଛନ୍ତି ଯେ ଜଣେ ବିଚାରପତି ଚୟନ ପ୍ୟାନେଲର ଅଂଶ ହୋଇପାରିବେ ନାହିଁ ଏବଂ ଅଧ୍ୟକ୍ଷ ଏକ ଉତ୍ତମ ବିକଳ୍ପ ହେବେ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ମୁଖ୍ୟରେ ଜଣେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ ହେବା ଏକମାତ୍ର ବିକଳ୍ପ ହୋଇପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ବିରୋଧୀମାନେ କହିଛନ୍ତି ଯେ ରାଜ୍ୟ ସରକାର କେରଳର ବିଶ୍ୱବିଦ୍ୟାଳୟଗୁଡ଼ିକୁ କମ୍ୟୁନିଷ୍ଟ କିମ୍ବା ମାର୍କ୍ସବାଦୀ କେନ୍ଦ୍ରରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+