ଆବଶ୍ୟକତାଠାରୁ ଚାରି ଗୁଣା ଅଧିକ ଅମ୍ଳଜାନ ମାଗିଥିଲେ କେଜ୍ରିୱାଲ ସରକାର : ଅଡ଼ିଟ୍ ରିପୋର୍ଟ କଲା ଖୁଲାସା

ଅପ୍ରେଲ୍ 25 ରୁ ମେ 10 ମଧ୍ୟରେ, ଯେତେବେଳେ କରୋନା ଦ୍ୱିତୀୟ ଲହର ଶିଖରରେ ଥିଲା, କେଜ୍ରିୱାଲ୍ ସରକାର ଅମ୍ଳଜାନର ଆବଶ୍ୟକତା ଠାରୁ ଚାରି ଗୁଣ ଅଧିକ ଅମ୍ଳଜଡାନ ମାଗିଥିଲେ, ଯାହା ଦ୍ୱାରା ଅନ୍ୟ 12 ଟି ରାଜ୍ୟରେ ଅମ୍ଳଜାନ ଯୋଗାଣର ଅଭାବ ହୋଇଛି ।

ନୂଆଦିଲ୍ଲୀ : କରୋନା ଦ୍ୱିତୀୟ ଲହର ସମୟରେ ସାରା ଦେଶରେ ସଂକ୍ରମଣର ମାତ୍ରାଧିକ ବୃଦ୍ଧି ପାଇବା ସହ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏପରିକି ବିଭିନ୍ନ ସହରରେ ଅମ୍ଳଜାନ, ଶଯ୍ୟା ଏବଂ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଖାଦେଇଥିଲା, ଯେଉଁଥିପାଇଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ବହୁ ସଂଖ୍ୟକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ । ଦ୍ୱିତୀୟ ଲହର ସମୟରେ ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା । ଏହି ସମୟରେ ଦିଲ୍ଲୀ ସରକାର ଅମ୍ଳଜାନ ଅଭାବ ନେଇ କେନ୍ଦ୍ର ନିକଟରେ ବାରମ୍ବାର ଅଭିଯୋଗ କରିବା ସହ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟର ଅଡିଟ୍ କମିଟି କେଜ୍ରିୱାଲଙ୍କ ଦିଲ୍ଲୀରେ ଅମ୍ଳଜାନ ଅଭାବକୁ ନେଇ ପ୍ରଶ୍ନ ଉଠାଇଛି ।

Arvind-Kejriwal

କେଜ୍ରିୱାଲ ସରକାର ଆବଶ୍ୟକତାଠାରୁ ଚାରି ଗୁଣ ଅଧିକ ଅମ୍ଳଜାନ ମାଗିଥିଲେ ବୋଲି ସୁପ୍ରିମକୋର୍ଟଙ୍କ ଅଡ଼ିଟ୍ କମିଟି ପ୍ରକାଶ କରିଛି । ଅପ୍ରେଲ୍ 25 ରୁ ମେ 10 ମଧ୍ୟରେ, ଯେତେବେଳେ କରୋନା ଦ୍ୱିତୀୟ ଲହର ଶିଖରରେ ଥିଲା, କେଜ୍ରିୱାଲ୍ ସରକାର ଅମ୍ଳଜାନର ଆବଶ୍ୟକତା ଠାରୁ ଚାରି ଗୁଣ ଅଧିକ ଅମ୍ଳଜଡାନ ମାଗିଥିଲେ, ଯାହା ଦ୍ୱାରା ଅନ୍ୟ 12 ଟି ରାଜ୍ୟରେ ଅମ୍ଳଜାନ ଯୋଗାଣର ଅଭାବ ହୋଇଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।

ଆପଣଙ୍କୁ କହିରଖୁଛୁ, ଅମ୍ଳଜାନ ଅଡିଟ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକ ପ୍ୟାନେଲ ଗଠନ କରାଯାଇଥିଲା । ଦିଲ୍ଲୀରେ 1140 ମେଟ୍ରିକ୍ ଟନ୍ ଅମ୍ଳଜାନ ଆବଶ୍ୟକ ବୋଲି ସରକାର ଦାବି କରିଥିଲେ, ଯାହା ପ୍ରକୃତ ଆବଶ୍ୟକତାଠାରୁ ଚାରି ଗୁଣ ଅଧିକ ଥିଲା । ପ୍ୟାନେଲ୍ କହିଛି ଯେ ଦିଲ୍ଲୀରେ କେବଳ 289 ମେଟ୍ରିକ୍ ଟନ୍ ଅମ୍ଳଜାନ ଆବଶ୍ୟକ ଥିଲା, କିନ୍ତୁ ସରକାର 1140 ମେଟ୍ରିକ୍ ଟନ୍ ଅମ୍ଳଜାନର ଆବଶ୍ୟକତା ବିଷୟରେ କହିଥିଲେ ।

ପେଟ୍ରୋଲିୟମ ଏବଂ ଅମ୍ଳଜାନ ସୁରକ୍ଷା ସଂଗଠନ କହିଛି ଯେ ଦିଲ୍ଲୀକୁ ଆବଶ୍ୱକତା ଠାରୁ ଅଧିକ ଅମ୍ଳଜାନ ଯୋଗାଣ କରାଯାଇଥିଲା, ସେଥିପାଇଁ ଅନ୍ୟ ରାଜ୍ୟରେ ତରଳ ମେଡିକାଲ ଅମ୍ଳଜାନ ଯୋଗାଣରେ ଅଭାବ ଦେଖାଦେଇଥିଲା

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ 5 ମଇରେ ଦିଲ୍ଲୀରେ 700 ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଣ ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲା । କିନ୍ତୁ ଏହି ସମୟରେ ଭାରତର ସଲିସିଟର ଜେନେରାଲ କହିଥିଲେ ଯେ ଦିଲ୍ଲୀକୁ 415 ମେଟ୍ରିକ୍ ଟନ୍ ଅମ୍ଳଜାନ ଆବଶ୍ୟକତା ରହିଛି ।

ଅମ୍ଳଜାନ ଅଡିଟ୍ ଟିମରେ ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବ(ଗୃହ) ଭୁପିନ୍ଦର ଏସ୍ ଭଲ୍ଲା, ମ୍ୟାକ୍ସ ହସ୍ପିଟାଲର ଡ଼ ସନ୍ଦୀପ ଭଦୌରିଆ, ଜଳଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁବୋଧ ଯାଦବ ଏବଂ ଏକ୍ସପ୍ଲୋସିଭ୍ କଣ୍ଟ୍ରୋଲର ସଞ୍ଜୟ କେ ସିଂହ ସାମିଲ ଥିଲେ । ସୁପ୍ରିମକୋର୍ଟରେ କମିଟି ଦେଇଥିବା ରିପୋର୍ଟରେ ପ୍ରାୟ 260 ଡାକ୍ତରଖାନାର ଶଯ୍ୟାର ତଥ୍ୟ ନିଆଯାଇଛି । ଯେଉଁଥିରେ ଦିଲ୍ଲୀର ପ୍ରମୁଖ ପ୍ରମୁଖ 183 ଟି ଡାକ୍ତରଖାନାର ତଥ୍ୟ ସଂଗ୍ରହ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+