For Quick Alerts
Turn On Notification  
For Daily Alerts
Oneindia App Download

ବର୍ଷା ଏବଂ ଖରାପ ପାଗ ଯୋଗୁଁ କେଦାରନାଥ ଯାତ୍ରାରେ ବାଧା, ଫସି ରହିଛନ୍ତି 10 ହଜାର ତୀର୍ଥଯାତ୍ରୀ

କେଦାରନାଥ ଯାତ୍ରା ଆରମ୍ଭ ହେବାର ଏକ ଘଣ୍ଟା ପରେ ପୁଣି ଏହାକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ଘନ କୁହୁଡ଼ି ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରଭାବରେ କେଦାରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ।

|

ଚମୌଲି : କେଦାରନାଥ ଯାତ୍ରା ଆରମ୍ଭ ହେବାର ଏକ ଘଣ୍ଟା ପରେ ପୁଣି ଏହାକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ଘନ କୁହୁଡ଼ି ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରଭାବରେ କେଦାରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ସହ କେଦାରନାଥ ଧାମ ରାସ୍ତାରେ ଫସି ରହିଥିବା ଭକ୍ତଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

kedarnath yatra

ଭକ୍ତମାନଙ୍କୁ ସତର୍କ ସୂଚନାରେ କୁହାଯାଇଛି ଯେ ସେମାନେ ଯେଉଁଠାରେ ଅଛନ୍ତି ସତର୍କତା ଅବଲମ୍ବନ କରନ୍ତୁ । କୁହାଯାଉଛି ଯେ ବର୍ଷା ଓ କୁହୁଡ଼ି ହେତୁ ପ୍ରଶାସନ ଗୌରୀକୁଣ୍ଡ, ସୋନପ୍ରୟାଗ, ଗୁପ୍ତକାଶୀ, ଅଗସ୍ତ୍ୟମୁନି ଏବଂ ରୁଦ୍ରପ୍ରୟାଗରେ ପ୍ରାୟ 10 ହଜାର ଭକ୍ତଙ୍କୁ ଅଟକାଇଛି ।

କୁହାଯାଉଛି ଯେ ସୋମବାର 23 ମଇରେ କେଦାରନାଥ ଯାତ୍ରା ମାତ୍ର ଏକ ଘଣ୍ଟା ଧରି ଚାଲିଥିଲା । ସକାଳ 8 ଟାରୁ ଆରମ୍ଭ ହୋଇଥିବା ଯାତ୍ରା ବର୍ଷା ହେତୁ ସକାଳ 9 ରେ ବନ୍ଦ ହୋଇଯାଇଥିଲା । ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଶାସନ ମଙ୍ଗଳବାର ପର୍ଯ୍ୟନ୍ତ ଏହି ଯାତ୍ରାକୁ ବାରଣ କରିଛି ବୋଲି କୁହାଯାଉଛି । ତେବେ ସୋମବାର ସକାଳେ ପ୍ରାୟ 8530 ତୀର୍ଥଯାତ୍ରୀ ଏକ ଘଣ୍ଟା ଧରି ଚାଲିଥିବା ଯାତ୍ରାରେ କେଦାରନାଥ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଏହା ପରେ କେଦାର ଘାଟି ଏବଂ କେଦାରନାଥରେ ପ୍ରବଳ ବର୍ଷା ଓ ଘନ କୁହୁଡ଼ି ହେତୁ ପ୍ରଶାସନ ତୁରନ୍ତ ପ୍ରଭାବରେ ଯାତ୍ରା ବନ୍ଦ କରିଦେଇଛି ।

ଡେପୁଟି ପୋଲିସ୍ ଅଧୀକ୍ଷକ ପି.କେ ଗିଲଡିୟାଲ ଯାତ୍ରୀମାନଙ୍କୁ କହିଛନ୍ତି ଯେ ଯେଉଁମାନେ ରୁମ ବୁକ୍ କରିନାହାଁନ୍ତି ସେହି ଯାତ୍ରୀମାନଙ୍କୁ ରୁଦ୍ରପ୍ରୟାଗ ଏବଂ ଅଗସ୍ତ୍ୟମୁନି ମଧ୍ୟରେ ହୋଟେଲ, ଲଜ୍, ରେସ୍ତୋରାଁ, ଧର୍ମଶାଳାକୁ ପଠାଯାଉଛି । ଏଥିସହ ଯେଉଁ ଯାତ୍ରୀମାନଙ୍କ ରୁମ୍ ବୁକ୍ ହୋଇଛି ସେହି ଯାତ୍ରୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କ କୋଠରୀରେ ରହିବାକୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Kedarnath yatra halted Due TO Heavy Rain, 10 thousand pilgrims stranded
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X