ବର୍ଷା ଏବଂ ଖରାପ ପାଗ ଯୋଗୁଁ କେଦାରନାଥ ଯାତ୍ରାରେ ବାଧା, ଫସି ରହିଛନ୍ତି 10 ହଜାର ତୀର୍ଥଯାତ୍ରୀ
କେଦାରନାଥ ଯାତ୍ରା ଆରମ୍ଭ ହେବାର ଏକ ଘଣ୍ଟା ପରେ ପୁଣି ଏହାକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ଘନ କୁହୁଡ଼ି ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରଭାବରେ କେଦାରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ।
ଚମୌଲି : କେଦାରନାଥ ଯାତ୍ରା ଆରମ୍ଭ ହେବାର ଏକ ଘଣ୍ଟା ପରେ ପୁଣି ଏହାକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ଘନ କୁହୁଡ଼ି ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରଭାବରେ କେଦାରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ସହ କେଦାରନାଥ ଧାମ ରାସ୍ତାରେ ଫସି ରହିଥିବା ଭକ୍ତଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଭକ୍ତମାନଙ୍କୁ ସତର୍କ ସୂଚନାରେ କୁହାଯାଇଛି ଯେ ସେମାନେ ଯେଉଁଠାରେ ଅଛନ୍ତି ସତର୍କତା ଅବଲମ୍ବନ କରନ୍ତୁ । କୁହାଯାଉଛି ଯେ ବର୍ଷା ଓ କୁହୁଡ଼ି ହେତୁ ପ୍ରଶାସନ ଗୌରୀକୁଣ୍ଡ, ସୋନପ୍ରୟାଗ, ଗୁପ୍ତକାଶୀ, ଅଗସ୍ତ୍ୟମୁନି ଏବଂ ରୁଦ୍ରପ୍ରୟାଗରେ ପ୍ରାୟ 10 ହଜାର ଭକ୍ତଙ୍କୁ ଅଟକାଇଛି ।
କୁହାଯାଉଛି ଯେ ସୋମବାର 23 ମଇରେ କେଦାରନାଥ ଯାତ୍ରା ମାତ୍ର ଏକ ଘଣ୍ଟା ଧରି ଚାଲିଥିଲା । ସକାଳ 8 ଟାରୁ ଆରମ୍ଭ ହୋଇଥିବା ଯାତ୍ରା ବର୍ଷା ହେତୁ ସକାଳ 9 ରେ ବନ୍ଦ ହୋଇଯାଇଥିଲା । ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଶାସନ ମଙ୍ଗଳବାର ପର୍ଯ୍ୟନ୍ତ ଏହି ଯାତ୍ରାକୁ ବାରଣ କରିଛି ବୋଲି କୁହାଯାଉଛି । ତେବେ ସୋମବାର ସକାଳେ ପ୍ରାୟ 8530 ତୀର୍ଥଯାତ୍ରୀ ଏକ ଘଣ୍ଟା ଧରି ଚାଲିଥିବା ଯାତ୍ରାରେ କେଦାରନାଥ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଏହା ପରେ କେଦାର ଘାଟି ଏବଂ କେଦାରନାଥରେ ପ୍ରବଳ ବର୍ଷା ଓ ଘନ କୁହୁଡ଼ି ହେତୁ ପ୍ରଶାସନ ତୁରନ୍ତ ପ୍ରଭାବରେ ଯାତ୍ରା ବନ୍ଦ କରିଦେଇଛି ।
ଡେପୁଟି ପୋଲିସ୍ ଅଧୀକ୍ଷକ ପି.କେ ଗିଲଡିୟାଲ ଯାତ୍ରୀମାନଙ୍କୁ କହିଛନ୍ତି ଯେ ଯେଉଁମାନେ ରୁମ ବୁକ୍ କରିନାହାଁନ୍ତି ସେହି ଯାତ୍ରୀମାନଙ୍କୁ ରୁଦ୍ରପ୍ରୟାଗ ଏବଂ ଅଗସ୍ତ୍ୟମୁନି ମଧ୍ୟରେ ହୋଟେଲ, ଲଜ୍, ରେସ୍ତୋରାଁ, ଧର୍ମଶାଳାକୁ ପଠାଯାଉଛି । ଏଥିସହ ଯେଉଁ ଯାତ୍ରୀମାନଙ୍କ ରୁମ୍ ବୁକ୍ ହୋଇଛି ସେହି ଯାତ୍ରୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କ କୋଠରୀରେ ରହିବାକୁ କୁହାଯାଇଛି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications