ଜାମ୍ମୁ କାଶ୍ମୀରରେ ଆତଙ୍କୀ ଗୁଳିରେ କାଶ୍ମୀରୀ ପଣ୍ଡିତ ମୃତ
ଆତଙ୍କବାଦୀ ଗୁଳିରେ ଜଣେ କାଶ୍ମୀରୀ ପଣ୍ଡିତଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି ।
ଶୋପିଆନ୍ : ଜାମ୍ମୁ କାଶ୍ମୀରର ଶୋପିଆନ୍ ଅଞ୍ଚଳରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି । ଆତଙ୍କବାଦୀ ଗୁଳିରେ ଜଣେ କାଶ୍ମୀରୀ ପଣ୍ଡିତଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି ।
ଏଥି ସହିତ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ସୁରକ୍ଷା ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରି ରହିଛନ୍ତି । ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରିଛି ।

ଆତଙ୍କୀ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତି ଚୌଦ୍ରିଗୁଣ୍ଡନିବାସୀ କଶ୍ମୀରୀ ପଣ୍ଡିତ ପୂରଣ କ୍ରିଷନ୍ ଭଟ୍ଟ । ଏକ ରିପୋର୍ଟ ଅନୁସାରେ, ଫଳ ବଗିଚାକୁ ଯାଉଥିବା ପୂରଣଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।
ଅନ୍ୟ ଏକ ଘଟଣାରେ ଆତଙ୍କବାଦ କାର୍ଯ୍ୟକଳାପ ଦମନ କରିବା ଲାଗି, ଆତଙ୍କବାଦୀଙ୍କ ସହିତ ସମ୍ପର୍କ, 'ନାକ୍ରୋ-ଟେରର୍ ସିଣ୍ଡିକେଟ୍' ଚଳାଇବା ଏବଂ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ନିଷିଦ୍ଧ ସଙ୍ଗଠନକୁ ସାହାଯ୍ୟ କରିଥିବା କାରଣରୁ ଜମ୍ମୁ ଓ କଶ୍ମୀରର 5 ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ସମ୍ବିଧାନରେ ପ୍ରଦତ୍ତ ଧାରା 311 (2)(ସି) ଅନୁସାରେ ଉକ୍ତ ସରକାରୀ କର୍ମଚାରୀମାନେ ବହିଷ୍କୃତ ହୋଇଛନ୍ତି। ସେମାନେ ହେଉଛନ୍ତି, କନେଷ୍ଟବଳ ତନବୀର ସଲୀମ୍ ଦାର୍, ଆଫ୍କ ଅହମଦ୍ ୱାନି, ଇଫ୍ତିଖର୍ ଆନ୍ଦ୍ରାବି, ଇର୍ଶାଦ୍ ଖାଁ ଏବଂ ଅବ୍ଦୁଲ୍ ମୋମିନ୍ ପୀର।












Click it and Unblock the Notifications