କୁଲଗାମ ଶିକ୍ଷୟିତ୍ରୀ ରଜନୀବାଲାଙ୍କ ହତ୍ୟା ପ୍ରତିଶୋଧ ନେଲା ସେନା, ଏନକାଉଣ୍ଟରରେ ପାଞ୍ଚ ଆତଙ୍କୀ ନିହତ
ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀର କର୍ମଚାରୀଙ୍କ ମଧ୍ୟରେ 16 ଜୁନ୍ ଗୁରୁବାର ବିଳମ୍ବିତ ରାତିରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।
ଜାମ୍ମୁ କାଶ୍ମୀର : ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀର କର୍ମଚାରୀଙ୍କ ମଧ୍ୟରେ 16 ଜୁନ୍ ଗୁରୁବାର ବିଳମ୍ବିତ ରାତିରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । କାଶ୍ମୀର ଜୋନ୍ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ବିଜୟ କୁମାର କହିଛନ୍ତି ଯେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ ହିଜବୁଲ୍ ମୁଜାହିଦ୍ଦିନର ଜୁନୈଦ ଭଟ ଏବଂ ବାସିତ ୱାନି ବୋଲି ଜଣାପଡିଛି ।

ନିହତ ଆତଙ୍କୀ ଦ୍ୱୟ ମେ 31 ରେ କୁଲଗାମର ଗୋପାଳପୋରା ଅଞ୍ଚଳରେ ହୋଇଥଇବା ସ୍କୁଲ ଶିକ୍ଷଯତ୍ରୀ ରଜନୀ ବାଲାଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ ବୋଲି ସେ କହିଛନ୍ତି । ସେବେଠାରୁ ଏହି ଆତଙ୍କବାଦୀଙ୍କୁ ଟ୍ରାକ୍ କରାଯାଉଥିଲା । ଗଣମାଧ୍ୟମକୁ ସୂଚନା ଦେଇ ଆଇଜିପି ବିଜୟ କୁମାର କହିଛନ୍ତି ଏହି ଆତଙ୍କବାଦୀ ଆବାସିକ ଅଞ୍ଚଳରେ ଲୁଚି ରହିଥିବା ସୂଚନା ପାଇା ପରେ 16 ଜୁନ୍ ଗୁରୁବାର ଦିନ ସର୍ଚ୍ଚ ଅପରେସନ କରାଯାଇଥିଲା ।
ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଉଭୟ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦ ବିରୋଧୀ ଅପରେସନ ସମୟରେ କୁଲଗାମର ମିସିପୁରା ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷା ବାହିନୀ ତିନିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଆଇଜିପି କହିଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ମହିଳା ଶିକ୍ଷକ ରଜନୀ ବାଲାଙ୍କ ହତ୍ୟାକାରୀ ।
କେବଳ ଏତିକି ନୁହେଁ, ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ବସିତ ୱାନି ଗତ ବର୍ଷ ଅଗଷ୍ଟ 9 ରେ ବିଜେପି ସରପଞ୍ଚ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା । ଏହା ବ୍ୟତୀତ ଜିଲ୍ଲା ପୁଲୱାମାର ଏକ ଗାଁରୁ 15 କିଲୋଗ୍ରାମ IED ଉଦ୍ଧାର କରାଯାଇଛି ଏବଂ ଏକ ବଡ ଦୁର୍ଘଟଣାକୁ ରୋକାଯାଇପାରିଛି । ଏହା ସହିତ ଏହି ମାମଲାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।












Click it and Unblock the Notifications