ସାଇବର ଠକେଇର ପର୍ଦ୍ଦାଫାସ
କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ତେଲେଙ୍କାନା ପୋଲିସ୍ ପକ୍ଷରୁ ରୁଜୁ ହୋଇଥିବା 12ରୁ ଅଧିକ ମାମଲାକୁ ତଜନ୍ତ କରି କର୍ଣ୍ଣାଟକ ସାଇବର କ୍ରାଇମ ରାଜସ୍ଥାନର ଭରତପୁର ଅଞ୍ଚଳରୁ ଏହି ଠକେଇ କରାଯାଉଥିବା ନେଇ ଜାଣିବାକୁ ପାଇଛି |
ବାଙ୍ଗୋଲୋର/ତାମିଲନାଡ଼ୁ/ତୋଲେଙ୍ଗାନା : ଏକ ବଡ ସାଇବର ଠକେଇକୁ ଠାବ କରିଛି କର୍ଣ୍ଣାଟକ ସାଇବର ୟୁନିଟ୍ | ନକଲି ଆଧାର କାର୍ଡ ତିଆରି କରି ସେହି ନାମରେ ସିମ୍ ଆଣିବା ସହ ସେଥିରେ ପୁଲିସ୍ ଅଧିକାରୀଙ୍କ ନାମରେ ଫେକ୍ ଫେସବୁକ୍ ଆକାଉଣ୍ଟ କରାଯାଉଥିଲା | ଏହା ପରେ ବଡ଼ ବଡ଼ ଅଧିକାରୀଙ୍କ ନାମ ନେଇ ଲୋକଙ୍କ ଠାରୁ ପଇସା ଆଦାୟ କରୁଥିଲେ ବୋଲି ଜଣା ପଡ଼ିଛି | ଏପରି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି |
କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ତେଲେଙ୍କାନା ପୋଲିସ୍ ପକ୍ଷରୁ ରୁଜୁ ହୋଇଥିବା 12ରୁ ଅଧିକ ମାମଲାକୁ ତଜନ୍ତ କରି କର୍ଣ୍ଣାଟକ ସାଇବର କ୍ରାଇମ ରାଜସ୍ଥାନର ଭରତପୁର ଅଞ୍ଚଳରୁ ଏହି ଠକେଇ କରାଯାଉଥିବା ନେଇ ଜାଣିବାକୁ ପାଇଛି | ଏହି ଠକେଇ ଗ୍ୟାଙ୍ଗରେ ସାମିଲ ଥିବା ଚାରି ଜଣ ସଦସ୍ୟ- ନକଲି ସିମ୍ କାର୍ଡ ସକ୍ରିୟ କରୁଥିବା ବଲବିନ୍ଦର ସିଂ, ନକଲି ଆଧାର ଆଇଡି କରି ସିମ୍ ବିକ୍ରି କରୁଥିବା ସିମ୍ କାର୍ଡ ରିଟେଲର ଅନସାର ଖାନ, ନକଲି ଆଧାର ପରିଚୟ ସୃଷ୍ଟି କରୁଥିବା ସାଇନି, ଏବଂ ଅନ୍ୟ ଜଣେ ସହଯୋଗୀ ସଦ୍ଦାମକୁ ରାଜସ୍ଥାନରୁ ଦିରଫ କରାଯାଇଛି | ଏଥି ସହିତ ଫେସବୁକ ଏବଂ ଅନ୍ୟ ସୋସିଆଲ ମିଡ଼ିଆରେ ନକଲି ଆକାଉଣ୍ଟ ସୃଷ୍ଟି କରୁଥିବା ଶକିଲ ଅହମ୍ମଦକୁ ପୋଲିସ୍ ଖୋଜୁଛି |

ଅଭିଯୁକ୍ତମାନେ ବିଭିନ୍ନ ଫଟୋଗ୍ରାଫ, ଠିକଣା ଏବଂ ଆଧାର ନମ୍ବର ମିଶ୍ରଣ କରି ନକଲି ଆଧାର କାର୍ଡ ତିଆରି କରୁଥିଲେ | ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ, ସିମ୍ କାର୍ଡ ରିଟେଲର ଯିଏକି ଏପରି ନକଲି ଆଧାର ବିବରଣୀ ବ୍ୟବହାର କରି ହଜାର ହଜାର ନକଲି ସିମ୍ କାର୍ଡ ସକ୍ରିୟ କରିବାକୁ ଆବେଦନ କରିଥିଲେ ବୋଲି ପୋଲିସ କହିଛି | ଗିରଫ ହୋଇଥିବା ସିମ୍ ଖୁଚୁରା ବ୍ୟବସାୟୀ ସିମ୍ କାର୍ଡ ପାଇବା ପାଇଁ ତାଙ୍କ ପତ୍ନୀଙ୍କ ଫଟୋ ବ୍ୟବହାର କରି ଏକ ଶହରୁ ଅଧିକ ନକଲି ଆଧାର ଆଇଡି ତିଆରି କରିଥିବା ଅଭିଯୋଗ ହୋଇଛି |
ପୋଲିସ୍ ଅଧିକାରୀ ଏବଂ ଅଧିକାରୀଙ୍କ ସୋସିଆଲ୍ ମିଡିଆ ଛଦ୍ମନାମ ବ୍ୟତୀତ, ଏହି ସିମ୍ କାର୍ଡ ଗ୍ୟାଙ୍ଗ ଦ୍ୱାରା ଓଏଲ୍ଏକ୍ସ ଏବଂ କ୍ୱିକର ଭଳି ପୁନଃ ବିକ୍ରୟ ପ୍ଲାଟଫର୍ମରେ ସ୍କାମ କରିବା ପାଇଁ ବ୍ୟବହାର କରାଯାଉଥିଲା | ରିସେଲିଂ ପ୍ଲାଟଫର୍ମରେ ସ୍କାମ କରିବା ହେଉଛି ଗ୍ୟାଙ୍ଗର ମୁଖ୍ୟ କାର୍ଯ୍ୟକଳାପ | ସୋସିଆଲ ମିଡିଆ ଛଦ୍ମନାମ ଏକ ଛୋଟ କାର୍ଯ୍ୟକଳାପ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି |
ଜନସାଧାରଣଙ୍କ ପ୍ରତାରଣା ପାଇଁ ପୋଲିସ୍ ଅଧିକାରୀଙ୍କ ସମେତ ଜନସାଧାରଣ ତଥା ଅଧିକାରୀଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ନକଲ କରାଯାଉଥିବା ଘଟଣାରେ ବୃଦ୍ଧି ପାଇବାରେ ଲାଗିଛି | ଏହି ଗ୍ୟାଙ୍ଗର ସଦସ୍ୟ ମାନେ ନକିଲ ଆକାଉଣ୍ଟ ଖୋଲିବ ପରେ ସମସ୍ତ ସମ୍ପର୍କକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାନ୍ତି ଏବଂ ଥରେ ଗ୍ରହଣ କଲେ ସେମାନେ କିଛି ଜରୁରୀ ଆବଶ୍ୟକତା ଦର୍ଶାଇ ବିଭିନ୍ନ ଇ-ୱାଲେଟ୍ / ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ କରିବାକୁ ଅନୁରୋଧ କରନ୍ତି ବୋଲି ସିଆଇଡି ସାଇବର କ୍ରାଇମ ୟୁନିଟର ପୋଲିସ ଅଧୀକ୍ଷକ ଏମ.ଡି ଶରତ କହିଛନ୍ତି |
ସେପ୍ଟେମ୍ବର 15 ରେ କର୍ଣ୍ଣାଟକର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ପି ହରିଶେଖରନ୍ ବେଙ୍ଗାଲୁରୁର ଏକ ସିଆଇଡି ସାଇବର କ୍ରାଇମବ୍ରାଞ୍ଚରେ ଅଭିଯୋଗ କରି କହିଥିଲେ ଯେ, ତାଙ୍କ ନାମ ଏବଂ ଫଟୋଗ୍ରାଫ୍ ସହିତ କେହି ଜଣେ ନକଲି ଫେସବୁକ୍ ପ୍ରୋଫାଇଲ୍ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ସାଙ୍ଗମାନଙ୍କଠାରୁ ଅର୍ଥ ମାଗୁଛନ୍ତି |
ଏହାର ଗୋଟିଏ ଦିନ ପରେ ସିଆଇଡି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଏମ ଏଚ୍ ନାଗଟେ ମଧ୍ୟ ଏଭଳି ଅଭିଯୋଗ କରିଥିଲେ।
ଅକ୍ଟୋବର 5 ରେ, ସିଆଇଡିର ଅନ୍ୟ ଜଣେ ଡିଏସପି ପ୍ରକାଶ ରାଠୋଡ ଅଭିଯୋଗ କରିଛନ୍ତି ଯେ, ତାଙ୍କର ବନ୍ଧୁଙ୍କ ନିକଟକୁ ଡିଏସପିଙ୍କ ନାମରେ ଏକ ନକଲି ଫେସବୁକ ଆକାଉଣ୍ଟ ଆସିବା ପରେ ଟଙ୍କା ଦାନ କରିଛନ୍ତି | ଡିଏସପି ପ୍ରକାଶ ରାଠୋଡ ଦାଖଲ କରିଥିବା ଏକ ଅଭିଯୋଗରେ କୁହାଯାଇଛି, "ଅଧିକାରୀ ପୋଲିସ୍ ୟୁନିଫର୍ମରେ ଥିବା କିଛି ଫଟୋ ଏବଂ ସାଦା ପୋଷାକରେ ଥିବା ସମୟର କିଛି ଫଟୋ ଡାଫନଲୋଡ୍ କରି ସେଥିରେ ଏକ ଫେକ୍ ପ୍ରୋଫାଇଲ ତିଆରି କରିଥିଲେ । ଏହପରେ ସେମାନେ ଫେସବୁକ୍ ସାଙ୍ଗମାନଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କଲେ ଏବଂ ଭାବପ୍ରବଣ କାରଣ ଦର୍ଶାଇ ଆର୍ଥିକ ସହାୟତା ମାଗିବା ଆରମ୍ଭ କଲେ | ପରେ, ତାଙ୍କର ଜଣେ ଫେସବୁକ ବନ୍ଧୁ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ 2,000 ଟଙ୍କା ମଧ୍ୟ ଟ୍ରାନ୍ସଫର କରିଥିଲେ |
"ମୋର ପ୍ରୋଫାଇଲ୍ ବ୍ୟକ୍ତିଗତ କିନ୍ତୁ ସେମାନେ ଏକ ନକଲ ପ୍ରୋଫାଇଲ୍ ସୃଷ୍ଟି କରିବାକୁ ମୋର କିଛି ଫଟୋ ସଂଗ୍ରହ କରିବାରେ ସଫଳ ହୋଇଥିଲେ | ସୌଭାଗ୍ୟବଶତଃ, ମୁଁ ଏହା ବିଷୟରେ ଜାଣିବା ପୂର୍ବରୁ ଏହି ଫେକ୍ ଆକାଉଣ୍ଟରେ ମାତ୍ର 43 ଜଣ ଫଲୋଅର ହୋଇଥିଲେ | ଯେଉଁମାନଙ୍କ ପାଖକୁ ମେସେଜ୍ ପଠାଯାଇଥିଲା ସେମାନଙ୍କ ମଧ୍ୟରୁ ଅନେକ ମୋ ଗାଁର ଲୋକ ଥିଲେ ଏବଂ ସେମାନଙ୍କର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ନଥିଲା | ଆମେ ଶୀଘ୍ର ଆକାଉଣ୍ଟକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲୁ ବୋଲି ଅଭିଯୋଗକାରୀ ଶରଣପ୍ପା କହିଛନ୍ତି |
ନିକଟରେ ଏହି ଗ୍ୟାଙ୍ଗ ଟାର୍ଗେଟ କରିଥିବା ଅନ୍ୟ ଅଧିକାରୀଙ୍କ ମଧ୍ୟରେ ତାମିଲନାଡୁର ଅତିରିକ୍ତ ମହାନିର୍ଦ୍ଦେଶକ ପୋଲିସ (ମହିଳା ଏବଂ ଶିଶୁଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ) ଏମ ରବି ଏବଂ ମଦୁରାଇ ପୋଲିସ କମିଶନର ଡେଭିଡସନ ଦେବସିରଭଥାମ ମଧ୍ୟ ଅଛନ୍ତି |












Click it and Unblock the Notifications