Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକ ହିଜାବ ମାମଲା, ଆଜି ଆସିବ ସୁପ୍ରିମ କୋର୍ଟଙ୍କ ରାୟ

କର୍ଣ୍ଣାଟକ ହିଜାବ ମାମଲାରେ ଆଜି ରାୟ ଦେବେ ସୁପ୍ରିମ କୋର୍ଟ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ହୋଇଥିବା ଶୁଣାଣିର ଆଜି ରାୟ ପ୍ରକାଶ ପାଇବ ।

ନୂଆଦିଲ୍ଲୀ : କର୍ଣ୍ଣାଟକ ହିଜାବ ମାମଲାରେ ଆଜି ରାୟ ଦେବେ ସୁପ୍ରିମ କୋର୍ଟ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ହୋଇଥିବା ଶୁଣାଣିର ଆଜି ରାୟ ପ୍ରକାଶ ପାଇବ । ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିବେ ।

supreme court

ସୁପ୍ରିମକୋର୍ଟର ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏବଂ ହେମନ୍ତ ଗୁପ୍ତାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ହିଜାବକୁ ସମର୍ଥନ କରୁଥିବା ଛାତ୍ର ପକ୍ଷ, କର୍ଣ୍ଣାଟକ ସରକାର ଏବଂ କଲେଜ ଶିକ୍ଷକଙ୍କ ପକ୍ଷ ଶୁଣିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ବେଞ୍ଚରେ ଜଷ୍ଟିସ ହେମନ୍ତ ଗୁପ୍ତା ଅକ୍ଟୋବର 16 ରେ ଅବସର ନେଉଛନ୍ତି ।

ଆପଣଙ୍କୁ କହି ରଖୁଛୁ ସେପ୍ଟେମ୍ବର 22 ତାରିଖରେ ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହା ପରେ ଆଜି ଅର୍ଥାତ୍ 13 ଅକ୍ଟୋବର(ଗୁରୁବାର) ସୁପ୍ରିମ କୋର୍ଟ ନିଜର ରାୟ ଦେବେ ।

କର୍ଣ୍ଣାଟକ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, 2021 ପର୍ଯ୍ୟନ୍ତ କୌଣସି ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ । ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+