କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲାର ଶୁଣାଣି, ବେଞ୍ଚ କହିଛନ୍ତି - ମୌଖିକ ମନ୍ତବ୍ୟକୁ ରିପୋର୍ଟିଂ ଉଚିତ ନୁହେଁ ଗଣମାଧ୍ୟମ
ଶୁଣାଣି ସମୟରେ କୋର୍ଟ ଗଣମାଧ୍ୟମକୁ କୌଣସି ମୌଖିକ ମନ୍ତବ୍ୟକୁ ରିପୋର୍ଟିଂ ନ କରିବା ସହ ଅନ୍ତିମ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ : କର୍ଣ୍ଣାଟକର ବିଦ୍ୟାଳୟରେ ହିଜାବ ପିନ୍ଧିବା ନେଇ ଆରମ୍ଭ ହୋଇଥିବା ବିବାଦ ଏବେବି ଜାରି ରହିଛି । ଏ ସମ୍ପର୍କରେ କର୍ଣ୍ଣାଟକ ହାଇକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା । ଯାହାର ଶୁଣାଣି ଜାରି ରହିଛି ।

ପ୍ରଧାନ ବିଚାରପତି ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ଣା ଏସ୍ ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଖଣ୍ଡପୀଠ ଗଠନ ହୋଇଛି । ଶୁଣାଣି ସମୟରେ କୋର୍ଟ ଗଣମାଧ୍ୟମକୁ କୌଣସି ମୌଖିକ ମନ୍ତବ୍ୟକୁ ରିପୋର୍ଟିଂ ନ କରିବା ସହ ଅନ୍ତିମ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବ୍ୟତୀତ ବିଦ୍ୟାଳୟରେ ଡ୍ରେସ କୋଡ ଉପରେ ରାଜ୍ୟ ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଶୁଣାଣିକୁ କର୍ଣ୍ଣାଟକ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
କର୍ଣ୍ଣାଟକ ହାଇକୋର୍ଟ ଆହୁରି କହିଛନ୍ତି କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ମାମଲାର ଅନ୍ତିମ ରାୟ ନ ଆସିବା ଯାଏଁ କୌଣସି ଧାର୍ମିକ ପରିଧାନ ପିନ୍ଧିବା ନେଇ ଜିଦ୍ ନ କରିବାକୁ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।












Click it and Unblock the Notifications