କର୍ଣ୍ଣାଟକ ହିଜାବ ବିବାଦ ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ କୋର୍ଟ
କର୍ଣ୍ଣାଟକର କଲେଜଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ନେଇ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି ଶେଷ କରିଛନ୍ତି । ଏହି ମାମଲାରେ କ୍ରମାଗତ 10 ଦିନ ଶୁଣାଣି ପରେ ଆଜି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।
ନୂଆଦିଲ୍ଲୀ : କର୍ଣ୍ଣାଟକର କଲେଜଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ନେଇ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି ଶେଷ କରିଛନ୍ତି । ଏହି ମାମଲାରେ କ୍ରମାଗତ 10 ଦିନ ଶୁଣାଣି ପରେ ଆଜି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି । ଖୁବ ଶୀଘ୍ର କୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି ବୋଲି କହୁଯାଉଛି ।

ସୁପ୍ରିମକୋର୍ଟର ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏବଂ ହେମନ୍ତ ଗୁପ୍ତାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ହିଜାବକୁ ସମର୍ଥନ କରୁଥିବା ଛାତ୍ର ପକ୍ଷ, କର୍ଣ୍ଣାଟକ ସରକାର ଏବଂ କଲେଜ ଶିକ୍ଷକଙ୍କ ପକ୍ଷ ଶୁଣିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ବେଞ୍ଚରେ ଜଷ୍ଟିସ ହେମନ୍ତ ଗୁପ୍ତା ଅକ୍ଟୋବର 16 ରେ ଅବସର ନେଉଛନ୍ତି । ତେଣୁ ଏହା ପୂର୍ବରୁ ସୁପ୍ରିମ କୋର୍ଟ ଏହି ମାମଲାର ଚୂଡ଼ନ୍ତ ଶୁଣାଣି କରିପାରନ୍ତି ବୋଲି କୁହାଯାଉଛି ।
ରାୟ ସଂରକ୍ଷିତ ରଖି ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ଏହି ବିଷୟକୁ ନେଇ ଆମର ହୋମୱାର୍କ ଏବଂ ପଢ଼ିବାର ସମୟ ଆସିଛି । ତେବେ ଆବେଦନକାରୀଙ୍କ ପକ୍ଷରୁ 20 ଜଣ ଓକିଲ ନିଜର ପକ୍ଷ ରଖିଥିବା ବେଳେ ସଲିସିଟିର ଜେନେରାଲ (ଏସ୍ଜି) ତୁଷାର ମେହଟା କର୍ଣ୍ଣାଟକ ସରକାରଙ୍କ ପକ୍ଷ ରଖିଥିଲେ । ଏସ୍ଜି ତୁଷାର ମେହଟା ହିଜାବ ବିବାଦ ମାମଲାରେ ପିଏଫଆଇର ହାତ ଥିବା ନେଇ ଅଭିଯୋଗ କରିବା ପରେ ଏହାକୁ ନିନ୍ଦା କରିଥିଲେ ବିପକ୍ଷ ।












Click it and Unblock the Notifications