ରାତ୍ରିକାଳୀନ କର୍ଫ୍ୟୁ ପ୍ରତ୍ୟାହାର କଲେ କର୍ଣ୍ଣାଟକ ସରକାର

ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ନିଷ୍ପତ୍ତିକୁ କର୍ଣ୍ଣାଟକ ସରକାର ପ୍ରତ୍ୟାହାର କରି ନେଇଛନ୍ତି |

ନୂଆଦିଲ୍ଲୀ : ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ନିଷ୍ପତ୍ତିକୁ କର୍ଣ୍ଣାଟକ ସରକାର ପ୍ରତ୍ୟାହାର କରି ନେଇଛନ୍ତି | କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କୋଭିଡ -19 ର ନୂତନ କରୋନା ଷ୍ଟ୍ରେନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜାନୁଆରୀ 2 ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଥିଲେ | ଗୋଟିଏ ଦିନ ପରେ ଗୁରୁବାର ଦିନ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି |

b s yediyurappa
ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କହିଛନ୍ତି, "ରାତ୍ରିକାଳୀନ କର୍ଫ୍ୟୁର ଆବଶ୍ୟକତା ନାହିଁ ବୋଲି ଜନସାଧାରଣଙ୍କ ମତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିର ସମୀକ୍ଷା କରାଯାଇଥିଲା ଏବଂ କ୍ୟାବିନେଟ୍ ସହକର୍ମୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ପରାମର୍ଶ କରିବା ପରେ ରାତିର କର୍ଫ୍ୟୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଛି | କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଫେସମାସ୍କ, ହାତର ସ୍ୱଚ୍ଛତା ଏବଂ ସାମାଜିକ ଦୂରତା ବଜାୟ ରଖି ନିଜକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି |

କୋଭିଡ 19 ପାଇଁ ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି ଏବଂ ଅଧିକାରୀଙ୍କ ସହ ଆଲୋଚନା ପରେ ଡିସେମ୍ବର 23 ରୁ ଜାନୁୟାରୀ 2 ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରାଯିବ ବୋଲି ବୁଧବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଘୋଷଣା କରିଥିଲେ | ରାତି 10ଟାରୁ ରୁ ସକାଳ 6ଟା ପର୍ଯ୍ୟନ୍ତ ଏହା ଲାଗୁ ହୋଇଥାନ୍ତା | ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପରେ ରାତିରେ ଏହି କଟକଣା ରହିବ ନାହିଁ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+