ପୁଣି ପରିବର୍ତ୍ତନ ହେଲା କର୍ଣ୍ଣାଟକ ରାତ୍ରିକାଳୀନ କର୍ଫ୍ୟୁ

କରୋନା ସଂକ୍ରମଣକୁ ରୋକିବା ପାଇଁ ନେଇ କର୍ଣ୍ଣାଟକ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀରେ ପୁଣି ପରିବର୍ତ୍ତନ ଆଣିଛନ୍ତି | ଏହି ନିର୍ଦ୍ଦଶନାମା ଅନୁସାରେ କର୍ଣ୍ଣାଟକରେ ବୁଧବାର ପରିବର୍ତ୍ତେ ଗୁରୁବାର ରାତିରୁ ଏହି କର୍ଫ୍ୟୁ ଲାଗୁ ହେବ |

ବେଙ୍ଗାଲୁରୁ : କରୋନା ସଂକ୍ରମଣକୁ ରୋକିବା ପାଇଁ ନେଇ କର୍ଣ୍ଣାଟକ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀରେ ପୁଣି ପରିବର୍ତ୍ତନ ଆଣିଛନ୍ତି | ଏହି ନିର୍ଦ୍ଦଶନାମା ଅନୁସାରେ କର୍ଣ୍ଣାଟକରେ ବୁଧବାର ପରିବର୍ତ୍ତେ ଗୁରୁବାର ରାତିରୁ ଏହି କର୍ଫ୍ୟୁ ଲାଗୁ ହେବ | ଏହି ରାତ୍ରିକାଳୀନ କର୍ଫ୍ୟୁ ରାତି 11ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଲାଗୁ ହେବ | ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି |

b s yediyurappa

ପୂର୍ବରୁ ଏହା ରାତି 10ଟାରୁ ସକାଳ 6ଟା ପର୍ଯ୍ୟନ୍ତ ରହିଥିଲା | ଏହା ଗୁରୁବାର ରାତିରୁ ଜାନୁଆରୀ 2ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଘୋଷଣା କରିଛନ୍ତି | ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବୈଷୟିକ କମିଟି ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି |

ବ୍ରିଟେନରେ ଚିହ୍ନଟ ହୋଇଥିବା ନୂତନ କରୋନାଭାଇରସ୍ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି | ରାତିରେ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯିବ ବୋଲି ସରକାର କହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+