ମେ 10 ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, 13 ରେ ପ୍ରକାଶ ପାଇବ ଫଳାଫଳ

Karnataka assembly

ବେଙ୍ଗାଲୁରୁ : ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ୍ । 10 ମେ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏ ନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।

ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ନିର୍ବାଚାନ ତାରିଖ ଘୋଷଣା କରିଛନ୍ତି । ମେ 10 ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ମେ 13 ରେ ପ୍ରକାଶ ପାଇବ ଫଳାଫଳ । ନିର୍ବାଚନ ଆୟୋଗର ଦିଲ୍ଲୀର ପ୍ଲେନାରୀ ହଲ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମତଦାନ କରିବା ଲାଗି ସମୁଦାୟ 5.2 କୋଟି ଯୋଗ୍ୟ ଭୋଟର୍‌ ଅଛନ୍ତି । ସେମାନଙ୍କ ମଧ୍ୟରୁ 12.5 ଲକ୍ଷ 80 ରୁ ଅଧିକ ବର୍ଷ ବୟସ୍କ ଭୋଟର୍‌ ଅଛନ୍ତି ।

ରାଜ୍ୟରେ ମୋଟ 224 ବିଧାନସଭା ଆସନ ଅଛି । ତେଣୁ କୌଣସି ଦଳ କ୍ଷମତାକୁ ଆସିବା ପାଇଁ 113 ଟି ଆସନ ହାତେଇବା ଆବଶ୍ୟକ । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ନିକଟରେ 119 ଟି ଆସନ ଥିବାବେଳେ କଂଗ୍ରେସ ନିକଟରେ 75 ଟି ଆସନ ଏବଂ ପୂର୍ବତନ କଂଗ୍ରେସ ସହଯୋଗୀ ଜେଡିଏସ ନିକଟରେ ରହିଛି 28 ଟି ଆସନ । ଗତ ନିର୍ବାଚନରେ ଯଦି ଆମେ ଭୋଟ୍ ପ୍ରତିଶତ ବିଷୟରେ ଆଲୋଚନା କରିବା ତେବେ ବିଜେପି 46.43 ପ୍ରତିଶତ ଭୋଟ୍ ପାଇଥିବାବେଳେ କଂଗ୍ରେସ 35.71 ଭୋଟ୍ ପାଇଥିଲା । ଏଥି ସହିତ, ଜେଡିଏସ୍ 16.52 ପ୍ରତିଶତ ଭୋଟ୍ ପାଇବାରେ ସଫଳ ହୋଇଥିଲା । ତେଣୁ ଏଥର କଂଗ୍ରେସ ଏବଂ ବିଜେପିର ଭୋଟ୍ ପ୍ରତିଶତ ମଧ୍ୟରେ ଆସିବାକୁ ଥିବା ପାର୍ଥକ୍ୟ ଉପରେ ମସ୍ତେ ନଜର ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+