କର୍ଣ୍ଣାଟକ ନିର୍ବାଚନ ଫଳାଫଳ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡା ଯାତ୍ରା'ର ପ୍ରଭାବ - ଶରଦ ପାୱାର
କର୍ଣ୍ଣାଟକ: କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏନସିପି ମୁଖ୍ୟ ଶରଦ ପାୱାର ସୋମବାର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡା ଯାତ୍ରା'ର ପ୍ରଭାବକୁ ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି । ପୁଣେରେ ଶରଦ ପାୱାର କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଦଯାତ୍ରାର ଏକ ଉତ୍ତମ ଉଦାହରଣ ।
ଏନସିପି ମୁଖ୍ୟ ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିଷୟରେ କେହି କିଛି ବି କୁହନ୍ତୁ ନା କାହିଁକି, ମୁଁ ନିଶ୍ଚିତ ଯେ ଲୋକମାନେ ରାହୁଲ ଗାନ୍ଧୀଙ୍କ ଆଦର୍ଶକୁ ଦୃଢ କରିବେ । ଏହା ସହିତ କର୍ଣ୍ଣାଟକର ଫଳାଫଳ ଯୋଗୁଁ ଲୋକସଭା ନିର୍ବାଚନକୁ ସ୍ଥଗିତ ହେବାର ସମ୍ଭାବନା ଅଛି ବୋଲି ସେ ପୁଣିଥରେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ସେ ଏ ବିଷୟରେ କୌଣସି ବିସ୍ତୃତ ବିବରଣୀ ଦେଇନାହାଁନ୍ତି ।

ଅନ୍ୟପକ୍ଷରେ ନିର୍ବାଚନ ପାଇଁ ଆସନ ବଣ୍ଟନ ଉପରେ ଶରଦ ପାୱାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଆସନ ବଣ୍ଟନ ଉପରେ କୌଣସି ଆଲୋଚନା ହୋଇନାହିଁ । ମୋ ବାସଭବନରେ ଏକ ବୈଠକ ହୋଇଥିଲା ଯେଉଁଠାରେ ଆଲୋଚନା କରାଯାଇଥିଲା ଯେ ତିନି ଦଳର ନେତା (ମହା ବିକାଶ ଅଘାଡ଼ି) ଏହା ଉପରେ ନିଷ୍ପତ୍ତି ନେବେ । ସେ କହିଛନ୍ତି ଯେ ଉଦ୍ଧବ ଠାକରେ, ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ମୁଁ ଏକାଠି ବସି ଆଲୋଚନା କରିବୁ । 'ମୁଁ ଆଉ ନିର୍ବାଚନ ଲଢୁନାହିଁ'
ଶରଦ ପାୱାର ଆହୁରି କହିଛନ୍ତି ଯେ ବିରୋଧୀଙ୍କୁ ଏକାଠି କରିବା ପାଇଁ ମୋର ପ୍ରୟାସ ରହିଛି । ବିହାର ସିଏମ ନୀତୀଶ କୁମାର ମଧ୍ୟ ଏଭଳି ଉଦ୍ୟମ କରୁଛନ୍ତି । ମୁଁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ ତେଣୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ପ୍ରଶ୍ନ କେଉଁଠୁ ଆସିଲା ? ମୁଁ ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହିଁ । ଆମକୁ ଏକ ନେତୃତ୍ୱ ଦରକାର ଯିଏ ଦେଶର ବିକାଶ ପାଇଁ କାମ କରିପାରିବ ।












Click it and Unblock the Notifications