କର୍ଣ୍ଣାଟକ ନିର୍ବାଚନ : ହନୁମାନ ଚାଳିସା ପାଠ ଉପରେ ରୋକ୍ ଲଗାଇଲା ନିର୍ବାଚନ କମିଶନ

ବାଙ୍ଗଲୋର : ଆସନ୍ତା କାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । ଏହା ପୂର୍ବୁର ଆଜି ରାଜ୍ୟର ଅନେକ ସ୍ଥାନରେ ହନୁମାନ ଚାଳିସା ପାଠ କରିବା ନେଇ ବଜରଙ୍ଗ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ନିର୍ବାଚନ କମିଶନ ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ନିର୍ବାଚନ ପୂର୍ବରୁ ରାଜ୍ୟରେ 144 ଧାରା ଲାଗୁ ହୋଇଥିବାରୁ ଏକାଧିକ ଲୋକ ଏକାଠି ହେବା ନେଇ ନିର୍ବାଚନ କମିଶନ ମନା କରିଛନ୍ତି । କିନ୍ତୁ ବଜରଙ୍ଗ ଦଳ ହନୁମାନ ଚାଳିା ପାଠ କରିବେ ବୋଲି ଦାବି କରୁଛନ୍ତି ।
ଆପଣଙ୍କୁ କହିି ରଖୁଛୁ, ନିର୍ବାଚନ ପ୍ରଚାର ସମୟରେ ବଜରଙ୍ଗ ଦଳକୁ ବ୍ୟାନ୍ କରିବାକୁ କଂଗ୍ରେସ ଘୋଷଣା ପତ୍ର ଜାରି କରିଥିଲା । ଏହାକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଏପରିକି ବଜରଙ୍ଗ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା ।












Click it and Unblock the Notifications