Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସର 5 ଗ୍ୟାରେଣ୍ଟି ଜବାବରେ ବିଜେପିର 3 ବଡ଼ ପ୍ରତିଶୃତି

Karnataka election

ବାଙ୍ଗଲୋର : କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ କୁ ଆଉ ବାକି ରହିଲା 9 ଦିନ । ଏହି ସମେରେ ରାଜ୍ୟରେ ବଢିବାରେ ଲାଗିଛି ନିର୍ବାଚନୀ ଉଷ୍ମତା । ନିର୍ବାଚନ ଜିତିବାକୁ ଦଳମାନେ ଜୋରଦାର ପ୍ରୟାସ କରିବା ସହ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ।

ଭାରତୀୟ ଜନତା ପାର୍ଟି (ବିଜେପି) 2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜିତି କ୍ଷମତାକୁ ଫେରିବାକୁ ଚାହୁଁଛି । ଏ ନେଇ ନିର୍ବାଚନର ନଅ ଦିନ ପୂର୍ବରୁ, ସୋମବାର, ମେ 1 ରେ, ବିଜେପି ନିର୍ବାଚନ ମେନିଫେଷ୍ଟୋ ପ୍ରକାଶ କରିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମେନିଫେଷ୍ଟୋ ଜାରି କରିଛନ୍ତି । ଏଥିରେ ଦଳ ପକ୍ଷରୁ 16 ଟି ବଡ ନିର୍ବାଚନ ପ୍ରତିଶୃତି ଦିଆଯାଇଛି ।

ସେହପରି ଏହାପୂର୍ବରୁ କଂଗ୍ରେସ ପାଞ୍ଚଟି ବଡ ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛି । ତେବେ ଆସନ୍ତୁ ଜାଣିବା କଂଗ୍ରେସର 5 ଗ୍ୟାରେଣ୍ଟିର ଜବାବରେ ଏହି ନିର୍ବାଚନରେ ବିଜେପି ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି କ'ଣ ରହିଛି

କଣ ରହିଛି ବିଜେପିର ପ୍ରତିଶ୍ରୁତି

  • ମନିଫେଷ୍ଟୋରେ ବିଜେପି ପ୍ରତିଶ୍ରୁତି ଦେଇଛି ଯେ ଯଦି କର୍ଣ୍ଣାଟକରେ ପୁନର୍ବାର ସରକାର ଗଠନ ହୁଏ ତେବେ ରାଜ୍ୟର ସମସ୍ତ ବଞ୍ଚିତ ପରିବାରକୁ ନିୟମିତ ଭାବେ 5 ଲିଟର ନନ୍ଦିନୀ କ୍ଷୀର ଦିଆଯିବ ।
  • ସରକାର ଗଠନ ଉପରେ ପ୍ରତ୍ୟେକ ଗରିବ ପରିବାରକୁ ଗୋଟିଏ ବର୍ଷରେ ତିନୋଟି ମାଗଣା ରନ୍ଧନ ଗ୍ୟାସ ସିଲିଣ୍ଡର ଦିଆଯିବ ।
  • ରାଜ୍ୟରେ ବିଜେପି ସରକାର ଆସିଲେ, ରାଜ୍ୟର ପ୍ରତ୍ୟେକ ୱାର୍ଡରେ ଅଟଳ ଆହାର କେନ୍ଦ୍ର ଖୋଲାଯିବ ।
  • ରାଜ୍ୟରେ ବିଜେପି ସରକାର ଆସିଲେ ଦଳିତ ଏବଂ ଆଦିବାସୀ ମହିଳାଙ୍କୁ 'ଓନେକ ଓବାୱା ସାମାଜିକ ନ୍ୟାୟ ପାଣ୍ଠି ଯୋଜନା' ଅଧୀନରେ 5 ବର୍ଷର ଫିକ୍ସ ଡିପୋଜିଟ୍ ପାଇଁ 10,000 ଟଙ୍କା ପ୍ରଦାନ କରାଯିବ ।

କଂଗ୍ରେସର ପ୍ରତିଶ୍ରୁତି

  • ସମସ୍ତ ପରିବାରକୁ 200 ୟୁନିଟ୍ ମାଗଣା ବିଦ୍ୟୁତ୍, ଅନ୍ନ ଭାଗ୍ୟ ଯୋଜନା ଅଧୀନରେ ବିପିଏଲ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ 10 କିଲୋଗ୍ରାମ ଚାଉଳ ମାଗଣାରେ ଘୋଷଣା କରିଥିଲା ।
  • ଗୃହ ଲକ୍ଷ୍ମୀ ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ 2,000 ସହାୟତା ପ୍ରଦାନ କରାଯିବ ।
  • 18-25 ବୟସ ସୀମା ମଧ୍ୟରେ ସ୍ନାତକ ଯୁବକମାନଙ୍କ ପାଇଁ ମାସକୁ 3000 ଏବଂ ଡିପ୍ଲୋମାଧାରୀଙ୍କ ପାଇଁ 1,500 ଟଙ୍କା ସହାୟତା ଦିଆଯିବ । ଏହି ସହାୟତା ଦୁଇ ବର୍ଷ ପାଇଁ ଦିଆଯିବ ।
  • ସମସ୍ତ ମହିଳା ସର୍ବସାଧାରଣ ପରିବହନ ବସ୍ ରେ ମାଗଣା ଯାତ୍ରା କରିପାରିବେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+