କର୍ଣ୍ଣାଟକ : କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଉପରେ ପଥର ଖସି 5 କୋଚ ଲାଇନଚ୍ୟୁତ

କର୍ଣ୍ଣାଟକରେ ଶୁକ୍ରବାର (ନଭେମ୍ବର 12) ସକାଳେ କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ (ଟ୍ରେନ୍ ନମ୍ବର 07390) ର 5 ଟି କୋଚ୍ ଲାଇନଚ୍ୟୁତ ହୋଇଛି । ବେଙ୍ଗାଲୁରୁର ଟୋପପୁରୁ -ସିବଦୀ ମଧ୍ୟରେ ରେଳ ଲଇନ ଉପରେ ହଠାତ୍ ପଥର ଖସିବା ପରେ ଏହି ଦୁର୍ଘଟଣା ହୋଇଛି ।

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଶୁକ୍ରବାର (ନଭେମ୍ବର 12) ସକାଳେ କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ (ଟ୍ରେନ୍ ନମ୍ବର 07390) ର 5 ଟି କୋଚ୍ ଲାଇନଚ୍ୟୁତ ହୋଇଛି । ବେଙ୍ଗାଲୁରୁର ଟୋପପୁରୁ -ସିବଦୀ ମଧ୍ୟରେ ରେଳ ଲଇନ ଉପରେ ହଠାତ୍ ପଥର ଖସିବା ପରେ ଏହି ଦୁର୍ଘଟଣା ହୋଇଛି । କୋଟରେ ଥିବା ସମସ୍ତ 2348 ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ଘଟଣା ସକାଳ 3.50 ରେ ଘଟିଥିଲା । କୌଣସି ଆହତ କିମ୍ବା ମୃତାହତ ହୋଇନଥିବା ନେଇ ଦକ୍ଷିଣ ପଶ୍ଚିମ ରେଳବାଇ (SWR) ସୂନା ଦେଇଛି ।

Train

ସୂଚନାଯୋଗ୍ୟ ଏହି ଟ୍ରେନ ଗୁରୁବାର ସନ୍ଧ୍ୟା 6.05 ରେ କନ୍ନୁରରୁ ବାହାରିଥିଲା । ବେଙ୍ଗାଲୁରୁ ଡିଭିଜନାଲ ରେଲୱେ ମ୍ୟାନେଜର- ଶ୍ୟାମ ସିଂଙ୍କ ସହ ବରିଷ୍ଠ ଅଧିକାରୀ ଏବଂ ଡାକ୍ତରଙ୍କ ଏକ ଡିଭିଜନାଲ ଟିମ୍ ସକାଳ 4.45 ସମୟରେ ଏକ ଦୁର୍ଘଟଣା ରିଲିଫ୍ ଟ୍ରେନ୍ (ଆର୍ଟିଓ) ରେ ଘଟଣାସ୍ଥଲରେ ପହଞ୍ଚିଥିଲେ ବୋଲି ଅଧିକାରୀମାନେ କହିଛନ୍ତି । ଏଥି ସହିତ ତାମିଲନାଡୁର ଏରୋଡ ଜଙ୍କସନରୁ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଦକ୍ଷିଣ ପଶ୍ଚିମ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅନିଷ ହେଗଡେ କହିଛନ୍ତି, "ଯାତ୍ରୀମାନଙ୍କ ସୁବିଧା ପାଇଁ ଟୋପପୁରରେ ସମୁଦାୟ 15 ଟି ବସ୍ ବ୍ୟବସ୍ଥା କରାଯାଉଛି । ଦୁର୍ଘଟଣାସ୍ଥଳରେ ପାଞ୍ଚଟି ବସ୍ ବ୍ୟବସ୍ଥା କରାଯାଉଛି । ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ପାଇଁ ବ୍ୟବସ୍ଥା କରାଯାଇଛି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+