ପ୍ରସିଦ୍ଧ ଅଭିନେତା-ରାଜନେତା କମଲ ହାସନ କରୋନା ପଜିଟିଭ୍ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି
ଜଣାଶୁଣା ଅଭିନେତା ତଥା ରାଜନେତା କମଲ ହାସନ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟରରେ ଏହି ବିଷୟରେ ସୂଚନା ଦେଇଛନ୍ତି
ନୂଆଦିଲ୍ଲୀ : ଜଣାଶୁଣା ଅଭିନେତା ତଥା ରାଜନେତା କମଲ ହାସନ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟରରେ ଏହି ବିଷୟରେ ସୂଚନା ଦେଇଛନ୍ତି । ଖବର ମୁତାବକ, କମଲ ହାସନ ନିକଟରେ ଆମେରିକାରୁ ଫେରି ଆସିଥିଲେ, ଯାହା ପରେ ସେ କାଶ ଓ ଥଣ୍ଡା ହୋଇଥିଲେ । ଏହା ପରେ ସେ ନିଜର କୋଭିଡ୍ ପରୀକ୍ଷା କରାଇଥିଲେ ଯାହାର ଫଳାଫଳ ପଡିଟିଭ୍ ଆସିଥିଲା । ତାଙ୍କ ଦଳ ପକ୍ଷରୁ ମଧ୍ୟ ଏହା ନିଶ୍ଚିତ କରାଯାଇଛି ।

କମଲ ହାସନ ତାମିଲ ଭାଷାରେ ଟ୍ୱିଟ୍ କରି ଲେଖିଛନ୍ତି ଯେ 'ବର୍ତ୍ତମାନ ମୁଁ ବୁଝିପାରୁଛି ଯେ ମହାମାରୀ କମି ନାହିଁ, ଆମେରିକା ଯାତ୍ରାକୁ ଫେରିବା ପରେ ମୋର ସାମାନ୍ୟ କାଶ ହୋଇଥିଲା, ପରୀକ୍ଷା ଶେଷ ହେବାପରେ ଜାଣିବାକୁ ପାଇଛି ଯେ ମୋର କରୋନା ପଡିଟିଭ୍ ରହିଛି । ବର୍ତ୍ତମାନ ମୁଁ ଆଇସୋଲେସନରେ ଅଛି । ଆପଣମାନେ ମଧ୍ୟ ଯତ୍ନ ନିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।'
ବର୍ତ୍ତମାନ କମଲ ହାସନଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
அமெரிக்கப் பயணம் முடிந்து திரும்பிய பின் லேசான இருமல் இருந்தது. பரிசோதனை செய்ததில் கோவிட் தொற்று உறுதியானது. மருத்துவமனையில் தனிமைப்படுத்திக் கொண்டுள்ளேன். இன்னமும் நோய்ப்பரவல் நீங்கவில்லையென்பதை உணர்ந்து அனைவரும் பாதுகாப்பாக இருங்கள்.
— Kamal Haasan (@ikamalhaasan) November 22, 2021












Click it and Unblock the Notifications