Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଏନ.ଭି ରମଣା

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ.ଭି. ରମଣା । ଶନିବାର ସୁପ୍ରିମକୋର୍ଟର 48 ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଏନ.ଭି. ରମଣାଙ୍କୁ ଶପଥ ପାଠ କରାଇଛନ୍ତି ।

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ.ଭି. ରମଣା । ଶନିବାର ସୁପ୍ରିମକୋର୍ଟର 48 ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଏନ.ଭି. ରମଣାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରମଣାଙ୍କ କାର୍ଯ୍ୟକାଳ 2022 ମସିହା ଅଗଷ୍ଟ 26 ଯାଏଁ ରହିବ ।

N V Ramana

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ ଏ ବୋବଡେ ଗତକାଲି ଅବସର ଗ୍ରହଣ କରିବା ପରେ ଆଜି ମୁଖ୍ୟ ବିଚାରପତି ଭାବେ ନବନିଯୁକ୍ତ ହୋଇଥିବା ଜଷ୍ଟିସ ଏନ ଭି ରମଣା ଶପଥ ଗ୍ରହଣ କରିଛନ୍ତି ।

2014 ଫେବୃଆରୀ 17ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇବା ପୂର୍ବରୁ ଜଷ୍ଟିସ୍ ରମଣା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । 1957 ମସିହା ଅଗଷ୍ଟ 27 ତାରିଖରେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ପୋନ୍ନାଭରମ ଜିଲ୍ଲାର ଏକ କୃଷକ ପରିବାରରେ ଗ୍ରହଣ କରିଥିବା ରମଣା 1983 ଫେବୃଆରୀ 10ରୁ ସେ ଓକିଲାତି ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସହ କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ଆଡମିନଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ସରେ ସେ କାର୍ଯ୍ୟ କରିଛନ୍ତି । ଆନ୍ଧ୍ରପ୍ରଦେଶର ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ କାର୍ଯ୍ୟ ତୁଲାଇଛନ୍ତି । 2000 ମସିହା ଜୁନ୍ 27 ରେ ଜଷ୍ଟିସ୍ ରମଣାଙ୍କୁ ଆନ୍ଧ୍ରପ୍ରଦେଶରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+