ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା
ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା କ୍ଷେତ୍ରରେ ହୋଇଥିବା ଅବହେଳା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ଯେଉଁଥିରେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ : ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା କ୍ଷେତ୍ରରେ ହୋଇଥିବା ଅବହେଳା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ଯେଉଁଥିରେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମାମଲାର ତଦନ୍ତ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟ ଏକ କମିଟି ଗଠନ କରିଛନ୍ତି, ଯାହାର ନେତୃତ୍ୱ ନେବେ ଅବସରପ୍ରାପ୍ତ ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ।

ସୂଚନାଯୋଗ୍ୟ, ପଞ୍ଜାବ ସରକାର ଏବଂ ଗୃହ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ନିଜସ୍ୱ ଅନୁସନ୍ଧାନ କମିଟି ଗଠନ କରିଥିଲେ, କିନ୍ତୁ ଉଭୟ ପରସ୍ପରର ଯାଞ୍ଚ ଉପରେ ବିଶ୍ୱାସ କରୁନାହାଁନ୍ତି ବୋଲି କହିଥିଲେ । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଉଭୟ କମିଟି ଏହି ଘଟଣାର ଅନୁସନ୍ଧାନ କରିବେ ନାହିଁ । ଯଦିଓ କମିଟି ରିପୋର୍ଟର ସମୟ ସୀମା ଅଦାଲତ ଦେଇନାହାଁନ୍ତି, ତଥାପି ଶୀଘ୍ର କମିଟି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆମେ ଆପଣଙ୍କୁ କହି ରଖୁଛୁ ଅବସରପ୍ରାପ୍ତ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ହେଉଛନ୍ତି ଦେଶର ପ୍ରଥମ ମହିଳା ଆଡଭୋକେଟ୍ ଯିଏକି ସିଧାସଳଖ ସୁପ୍ରିମକୋର୍ଟର ଜଷ୍ଟିସ୍ ଭାବରେ ନିଯୁକ୍ତ ହୋଇଛନ୍ତି । ସେ ଗତ ବର୍ଷ ତାଙ୍କ ପଦରୁ ଅବସର ନେଇଥିଲେ । ସେ ସ୍ୱାଧୀନ ଭାରତର ସପ୍ତମ ମହିଳା ବିଚାରପତି ଥିଲେ ।
ସୂଚନାଯୋଗ୍ୟ ଯେ, ଜାନୁଆରୀ 5 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଫିରୋଜପୁର ଗସ୍ତରେ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭେନକୁ ଫ୍ଲାଏ ଓଭରରେ କିଛି ପ୍ରଦର୍ଶନକାରୀ 20 ମିନିଟ୍ ପାଇଁ ଅଟକାଇ ଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାର୍ଯ୍ୟକ୍ରମକୁ ବାତିଲ କରି ଦିଲ୍ଲୀ ଫେରିଥିଲେ । ଯେଉଁ ଫ୍ଲାଏ ଓଭର ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭେନକୁ ଅଟକାଯାଇଥିଲା ତାହା ପାକିସ୍ତାନ ସୀମାଠାରୁ ମାତ୍ର 30 କିଲୋମିଟର ଦୂରରେ ଥିଲା ।












Click it and Unblock the Notifications