ଦେଶର 50 ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଶପଥ ଗ୍ରହଣ କରାଇଲେ ରାଷ୍ଟ୍ରପତି ମୁର୍ମୁ
ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଭାରତର ନୂତନ ପ୍ରଧାନ ବିଚାରପତି ଭାବରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ନୂଆଦିଲ୍ଲୀ : ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଭାରତର ନୂତନ ପ୍ରଧାନ ବିଚାରପତି ଭାବରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପରେ ଡି.ୱାଇ ଚନ୍ଦ୍ରଚୁଡ଼ ଭାରତର 50 ତମ ପ୍ରଧାନ ବିଚାରପତି ହୋଇଛନ୍ତି ।
ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ । ସେ 10 ନଭେମ୍ବର 2024 ରେ ଅବସର ନେବେ ।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ ଚନ୍ଦ୍ରଚୁଡ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ରହି ସାରିଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ । ଚନ୍ଦ୍ରଚୁଡ଼ଙ୍କୁ ଜୁନ୍ 1998 ରେ ମୁମ୍ବାଇ ହାଇକୋର୍ଟଙ୍କ ତରଫରୁ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତ କରାଯାଇଥିଲା । ସେହି ବର୍ଷ ତାଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା ।
ଜଷ୍ଟିସ ଚନ୍ଦ୍ରଚୁଡ଼ ମଧ୍ୟ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି । ଜଷ୍ଟିସ ଚନ୍ଦ୍ରଚୁଡ 11 ନଭେମ୍ବର 1959 ରେ ଜନ୍ମଗ୍ରହଣ କରିଥିଲେ । ସେ ମେ 13, 2016 ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।












Click it and Unblock the Notifications