ପ୍ରଧାନ ବିଚାରପତିଙ୍କ ଦୁଇ ବର୍ଷ କାର୍ଯ୍ୟକାଳରେ ସୁପ୍ରିମକୋର୍ଟକୁ ମିଳିବ 19 ଜଣ ନୂଆ ବିଚାରପତି
ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମ କୋର୍ଟକୁ 19 ଜଣ ନୂତନ ବିଚାରପତି ମିଳିବ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ 10 ନଭେମ୍ବର 2024 ପର୍ଯ୍ୟନ୍ତ ରହିଛି ।
ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମ କୋର୍ଟକୁ 19 ଜଣ ନୂତନ ବିଚାରପତି ମିଳିବ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ 10 ନଭେମ୍ବର 2024 ପର୍ଯ୍ୟନ୍ତ ରହିଛି । ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏହି କଲେଜିୟମକୁ ବର୍ତ୍ତମାନ ସୁପ୍ରିମକୋର୍ଟରେ ସାତୋଟି ପଦବୀ ପୂରଣ କରିବାକୁ ପଡିବ, ଯେଉଁଥିରେ ସିଜେଆଇ ସମେତ 34 ଜଣ ବିଚାରପତିଙ୍କ ଅନୁମୋଦନ ରହିଛି ।

4 ଜାନୁଆରୀ 2023 ରେ ଜଷ୍ଚିସ୍ ଏସ୍ ଅବଦୁଲ୍ ନଜୀର ଅବସର ନେବେ । ଏହା ସହ ଆସନ୍ତା ବର୍ଷ ମେ ଏବଂ ଜୁନ୍ ମାସରେ ସୁପ୍ରିମ କୋର୍ଟର 5ଜଣ ବିଚାରପତି ଜଷ୍ଟିସ୍ ଡି ମାହେଶ୍ୱରୀ, ଏମ.ଆର. ଶାହ, କେ ଏମ୍ ଜୋସେଫ୍, ଏ ରସ୍ତୋଗୀ ଏବଂ ବି ରାମାସୁବ୍ରମଣ୍ୟନ୍ ସେବାନିବୃତ୍ତ ହେବେ ।
ଜଷ୍ଟିସ କୃଷ୍ଣ ମୁରାରୀ ଆସନ୍ତା ବର୍ଷ ଜୁଲାଇରେ ଅବସର ନେବେ । ଏହା ସହିତ ଜଷ୍ଟିସ ଏସ.ଆର ଭଟ ଅକ୍ଟୋବରରେ ଅବସର ନେବେ । ଜଷ୍ଟିସ୍ ଏସ.କେ କୌଲ୍ ଡିସେମ୍ବର 2023 ରେ ଅବସର ନେବେ । 2024 ମସିହାରେ ଜଷ୍ଟିସ୍ ଏ ବୋଷ ଅପ୍ରେଲରେ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ହିମା କୋହଲି ମେ ଏବଂ ସେପ୍ଟେମ୍ବରରେ ଅବସର ନେବେ ।
ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ଅର୍ଥାତ୍ 10 ନଭେମ୍ବର 2024 ପର୍ଯ୍ୟନ୍ତ, ପ୍ରଧାନ ବିଚାରପତି ସମେତ 34 ଜଣ ବିଚାରପତିଙ୍କ ଅନୁମୋଦିତ ଶକ୍ତି ମଧ୍ୟରୁ 19 ଅର୍ଥାତ୍ 56% ବିଚାରପତିଙ୍କୁ ନିଯୁକ୍ତ କରିବା ପାଇଁ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଥିବା କଲେଜିୟମ୍ ସୁପାରିଶ କରିବ ।












Click it and Unblock the Notifications