Get Updates
Get notified of breaking news, exclusive insights, and must-see stories!

ଜଷ୍ଟିସ୍ ଅରୁଣ କୁମାର ମିଶ୍ର ହେବେ NHRC ର ନୂଆ ଅଧ୍ୟକ୍ଷ

ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଶପଥ ନେବେ ଜଷ୍ଟିସ୍ ଅରୁଣ କୁମାର ମିଶ୍ର । ଗତ 6 ମାସ ଧରି ଏହାର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଆଜି ଏହା ପୂରଣ ହେବ ।

ନୂଆଦିଲ୍ଲୀ : ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଶପଥ ନେବେ ଜଷ୍ଟିସ୍ ଅରୁଣ କୁମାର ମିଶ୍ର । ଗତ 6 ମାସ ଧରି ଏହାର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଆଜି ଏହା ପୂରଣ ହେବ । ଗତ ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ ସମିତି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଥିଲା ।

Arun kuamr mishra

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର 2 ତାରିଖରେ ବରିଷ୍ଠ ଆଇନଜୀବୀ ଜଷ୍ଟିସ୍ ଅରୁଣ କୁମାର ମିଶ୍ର ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ଜଷ୍ଟିସ୍ ମିଶ୍ର କୋଲକାତା ଓ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେହିଭଳି ମଧ୍ୟପ୍ରଦେଶ ହାଇକୋର୍ଟରେ ମଧ୍ୟ ସେ ବରିଷ୍ଠ ଜଜ୍ ଭାବେ କାମ କରିଛନ୍ତି ଜଷ୍ଟିସ୍ ମିଶ୍ର । ଅରୁଣ କୁମାର ମିଶ୍ରାଙ୍କ ସହ ଜାମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହେଶ ମିତ୍ତଲ କୁମାର ଏବଂ ଇଣ୍ଟେଲିଜେନ୍ସି ବ୍ୟୁରୋ ବା ଆଇବିର ପୂର୍ବ ନିର୍ଦ୍ଦେଶକ ରାଜୀବ ଜୈନଙ୍କୁ NHRCର ସଦସ୍ୟ ଭାବେ ନିଯୁକ୍ତି କରାଯାଇଛି । ଚୟନ ସମିତି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭା ଉପସଭାପତି ହରିବଂଶ, ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖଡଗେ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+