ବିପଦରେ ଯୋଶୀମଠ, 12 ଦିନରେ 5.4 ସେ.ମି ଦବିଛି ଯୋଶୀମଠ ଭୂମି
ISRO ଜାରି କରିଥିବା ଏକ ରିପୋର୍ଟ ଆହୁରି ଭୟଭୀତ କରିଛି । ରିପୋର୍ଟ ଅନୁଯାୟୀ ଯୋଶୀମଠ ଗତ 12 ଦିନ ମଧ୍ୟରେ ପ୍ରାୟ 5.4 ସେମି ଜବି ଯାଇଛି । ଭୂମି ଦବିବା ଫଳରେ ଘର ଓ ରାସ୍ତାଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି ।
ଦେହରାଦୁନ୍ : ଉତ୍ତରାଖଣ୍ଡର ଯୋଶୀମଠର ଘର ଓ ହୋଟେଲରେ ଫାଟ ଦେଖାଯିବା ପରେ ସେଠାରେ ବିପଦ ବଢିବାରେ ଲାଗିଛି । 700 ରୁ ଅଧିକ ଘରେ ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏହା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି । ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଏହା ସହିତ ସେଠାରେ ଅଧିକ ବିପଦସଙ୍କୁଳ ଅବସ୍ଥାରେ ଥିବା ହୋଟେଲ ଓ ଘର ଭଙ୍ଗାଯାଉଛି ।

ଏହି ସମୟରେ ISRO ଜାରି କରିଥିବା ଏକ ରିପୋର୍ଟ ଆହୁରି ଭୟଭୀତ କରିଛି । ରିପୋର୍ଟ ଅନୁଯାୟୀ ଯୋଶୀମଠ ଗତ 12 ଦିନ ମଧ୍ୟରେ ପ୍ରାୟ 5.4 ସେମି ଜବି ଯାଇଛି । ଭୂମି ଦବିବା ଫଳରେ ଘର ଓ ରାସ୍ତାଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି ।
ISRO ର ନ୍ୟାସନାଲ ରିମୋଟ ସେନ୍ସିଂ କେନ୍ଦ୍ର ଯୋଶୀମଠର ସାଟେଲାଇଟ୍ ଫଟୋ ଜାରି କରିଛି । ବାହାରକୁ ଆସିଥିବା ଏହି ଫଟୋ ଆହୁରି ଚିନ୍ତା ବଢାଇଦେଇଛି । ISRO ର ଉପଗ୍ରହ ଫଟୋ ଅନୁଯାୟୀ, ଡିସେମ୍ବର 27 ରୁ ଜାନୁୟାରୀ 8 ମଧ୍ୟରେ ଯୋଶୀମଠ 5.4 ସେମି ତଳକୁ ଦବିଛି ।
ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ ଆର୍ମି ହେଲିପ୍ୟାଡ୍ ଏବଂ ନରସିଂହ ମନ୍ଦିର, ସବସିଡେନ୍ସ ଔଲି ରୋଡ୍ ତଥା ସେଣ୍ଟ୍ରାଲ୍ ଯୋଶୀମଠ ସବୁଠାରୁ ଅଧିକ ଦବୁଥିବା ଅଞ୍ଚଳ । ଅପ୍ରେଲ 2022 ରୁ ନଭେମ୍ବର 2022 ମଧ୍ୟରେ, ଯୋଶୀମଠ 9 ସେମି ଭୂମି ଦବିଛି । କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ଭୂମି ଅତି ଶୀଘ୍ର ଦବିବାରେ ଲାଗିଛି । ଯୋଶୀମଠକୁ ଚାମୌଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଭୂସ୍ଖଳନ କ୍ଷେତ୍ର ବୋଲି ଘୋଷଣା କରାଯାଇଛି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications