ଜୁଲାଇ ସୁଦ୍ଧା ଭାରତରେ ପହଞ୍ଚିପାରେ ଜନସନ ଆଣ୍ଡ ଜନସନ କରୋନା ଟିକା, କ'ଣ ରହିବ ଏହାର ମୂଲ୍ୟ
ମେଡିକାଲ୍ ଉତ୍ପାଦ ତିଆରି କରୁଥିବା ଆମେରିକାର କମ୍ପାନୀ ଜନସନ ଆଣ୍ଡ ଜନସନର କରୋନା ଟିକା ଜୁଲାଇ ସୁଦ୍ଧା ଭାରତ ଆସିପାରେ । ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନ ଠାରୁ ଏହି ଟିକା କିଣିବାକୁ ଆସୋସିଏସନ୍ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ (ଭାରତ) ପ୍ରସ୍ତୁତ ହେଉଛି ।
ନୂଆଦିଲ୍ଲୀ : କରୋନା ମହାମାରୀକୁ ମାତ୍ ଦେବା ପାଇଁ ସାରା ଦେଶରେ ଟୀକାକରଣ ଅଭିଯାନ ଜାରି ରହିଛି । ଏହି ସମୟରେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ମେଡିକାଲ୍ ଉତ୍ପାଦ ତିଆରି କରୁଥିବା ଆମେରିକାର କମ୍ପାନୀ ଜନସନ ଆଣ୍ଡ ଜନସନର କରୋନା ଟିକା ଜୁଲାଇ ସୁଦ୍ଧା ଭାରତ ଆସିପାରେ । ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନ ଠାରୁ ଏହି ଟିକା କିଣିବାକୁ ଆସୋସିଏସନ୍ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ (ଭାରତ) ପ୍ରସ୍ତୁତ ହେଉଛି ।

ଖବର ଅନୁଯାୟୀ, ଜୁଲାଇ ସୁଦ୍ଧା ଏହି ଟୀକାକରଣର ମାତ୍ର କିଛି ହଜାର ଡୋଜ ଭାରତ ଆସିପାରେ । ଏହି ସିଙ୍ଗଲ ଡୋଜ୍ ଟିକା ମୂଲ୍ୟ 1,855.63 ଟଙ୍କା ରହିବ ।
ଏହି ଟିକାକୁ ଅତି ନିମ୍ନ ତାପମାତ୍ରାରେ ସଂରକ୍ଷଣ କରିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଭାରତ ଭଳି ଦେଶ ପାଇଁ ଏହା ଭଲ, ଯେଉଁମାନଙ୍କ ପାଖରେ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ନାହିଁ । ଦେଶରେ ଏହାର ଉତ୍ପାଦନ ପ୍ରକ୍ରିୟା ଏବଂ ନିର୍ଦ୍ଦିଷ୍ଟକରଣକୁ ପ୍ରମାଣ କରିବା ପାଇଁ ଜନସନ ଆଣ୍ଡ ଜନସନ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଆରମ୍ଭ କରିସାରିଛନ୍ତି ।
ଭାରତରେ ଟୀକାର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବା ଲକ୍ଷ୍ୟରେ ଜନସନ ଆଣ୍ଡ ଜନସନ ଅପ୍ରେଲରେ କେନ୍ଦ୍ର ସରକାରଙ୍କ ନିକଟକୁ ଯାଇଥିଲେ । ନୂତନ ନିୟମ ଅନୁଯାୟୀ, ଭାରତରେ ଟିକା ପରୀକ୍ଷା ପାଇଁ ଆମେରିକାର ଡ୍ରଗ୍ ରେଗୁଲେଟରଙ୍କ ଦ୍ୱାରା ଟିକା ଅନୁମୋଦନ ବାଧ୍ୟତାମୂଳକ ନୁହେଁ, ଯେଉଁ କାରଣରୁ ଜନସନଙ୍କ ଟିକା ଶୀଘ୍ର ଭାରତରେ ବ୍ୟବହାର ପାଇଁ ଅନୁମୋଦନ ପାଇପାରେ ବୋଲି ଆଶା କରାଯାଉଛି ।
କରୋନା ବିରୁଦ୍ଧରେ ଟିକା 76% ପ୍ରଭାବଶାଳୀ
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଜନସନ ଆଣ୍ଡ ଜନସନଙ୍କ ଟିକା କରୋନାର ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ଉପରେ 66.3 ପ୍ରତିଶତ ପ୍ରଭାବଶାଳୀ ହୋଇଥିବାବେଳେ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ ଉପରେ ଏହା 76.3 ପ୍ରତିଶତ ପ୍ରଭାବଶାଳୀ ଅଟେ ।












Click it and Unblock the Notifications