Get Updates
Get notified of breaking news, exclusive insights, and must-see stories!

କାଶ୍ମୀରୀ ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଠିକ୍ ନୁହେଁ - ଫାରୁକ୍ ଅବଦୁଲ୍ଲା

ନ୍ୟାସନାଲ କନଫରେନ୍ସ ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କେନ୍ଦ୍ରରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ କରିଥିବା ନେଇ ଫାରୁକ୍ ଅବଦୁଲ୍ଲା ବେଜେପି ଉପରେ ଅଭିଯୋଗ କରିଛନ୍ତି ।

ଶ୍ରୀନଗର : ନ୍ୟାସନାଲ କନଫରେନ୍ସ ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କେନ୍ଦ୍ରରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ କରିଥିବା ନେଇ ଫାରୁକ୍ ଅବଦୁଲ୍ଲା ବେଜେପି ଉପରେ ଅଭିଯୋଗ କରିଛନ୍ତି । ଯେଉଁ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଧାରା 370 ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି ସେତେବେଳେ ଫାରୁକ୍ ଅବଦୁଲ୍ଲା ଏହି ଅଭିଯୋଗ କରିଛନ୍ତି ।

farooq

ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା କରି ନିକଟରେ କାଶ୍ମୀରରେ ସାଧାରଣ ନାଗରିକ ହତ୍ୟା ବିଷୟରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏହି ଆତଙ୍କବାଦୀ ଆକ୍ରମଣରେ କେବଳ ହିନ୍ଦୁ ନୁହଁନ୍ତି ମୁସଲମାନମାନେ ମଧ୍ୟ ନିହତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କାଶ୍ମୀରୀ ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଉପତ୍ୟକାର ପରିବେଶ ଏପର୍ଯ୍ୟନ୍ତ ଅନୁକୂଳ ନୁହେଁ । ଫାରୁକ୍ ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ଧାରା 370 ଏଠାରେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ଆସି ପାରିବ ନାହିଁ ।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । 5 ଅଗଷ୍ଟ 2019 ରେ ଧାରା 370 ରଦ୍ଦ ହେବା ପରେ ଅମିତ ଶାହା ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ଗସ୍ତ କରିଛନ୍ତି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉପତ୍ୟକାରେ ସମ୍ପ୍ରତି ଘଟିଥିବା ଘଟଣା ସେମାନଙ୍କ ପାଇଁ ଆଖିଦୃଶିଆ ଅଟେ ଯେଉଁମାନେ ପୂର୍ବରୁ କହିଥଲେ ଯେ ଧାରା 370 ରଦ୍ଦ ହେବା ପରେ ଆତଙ୍କବାଦ ସମାପ୍ତ ହେବ । ଧାରା 370 ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଘାଟିରେ ଶାନ୍ତି ପରିବ ନାହିଁ ।"

ଫାରୁକ୍ ଅବଦୁଲ୍ଲା କେନ୍ଦ୍ର ଗୃହମନ୍ତ୍ରୀଙ୍କ ତିନି ଦିନିଆ ଗସ୍ତରେ ଭେଟିବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ସରକାର ତାଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ଅମିତ ଶାହା ତାଙ୍କୁ ଭେଟିବାକୁ ଚାହୁଁଛନ୍ତି । କିନ୍ତୁ ସେ ସାକ୍ଷାତ କରିବାକୁ ମନା କରିଦେଇଥିଲେ । ସେ କହିଛନ୍ତି ଯେ ତାଙ୍କ ପୂର୍ବରୁ ରାଜୌରୀ ଏବଂ ପୁଞ୍ଚ ଯିବାକୁ ଯୋଜନା ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+