Get Updates
Get notified of breaking news, exclusive insights, and must-see stories!

ଜାମସେଦପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା, ଧାରା 144 ଲାଗୁ ହୋଇଛି, ଇଣ୍ଟରନେଟ୍ ବନ୍ଦ

ଜାମସେଦପୁରର ଶାସ୍ତ୍ରୀ ନଗର ଅଞ୍ଚଳରେ ଧାର୍ମିକ ପତାକାକୁ ଅପମାନିତ କରିବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ପଥର ଫିଙ୍ଗା ଘଟଣା ଖବର ସାମ୍ନାକୁ ଆସିବା ପରେ ଏହି ଅଞ୍ଚଳରେ ଧାରା 144 ଲାଗୁ କରାଯାଇଥିଲା ।

ରବିବାର ସନ୍ଧ୍ୟାରେ ହୋଇଥିବା ହିଂସାକାଣ୍ଡ ପରେ ମୋବାଇଲ୍ ଇଣ୍ଟରନେଟ୍ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି । ହିଂସାକାଣ୍ଡରେ ଦୁଇଟି ଦୋକାନ, ଅଟୋରିକ୍ସା ଜାଳି ଦେଇଛନ୍ତି ଦୁବୃର୍ତ୍ତ । ହିଂସାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Jamsedpur Violence

ସବ୍ ଡିଭିଜନାଲ ଅଫିସର ପୀୟୁଷ ସିହ୍ନା କହିଛନ୍ତି ଯେ ଏହି ଅଞ୍ଚଳରେ ଧାରା 144 ଲାଗୁ କରାଯାଇଛି । ପୂର୍ବ ସିଂହଭୂମ ଜିଲ୍ଲାର ଡେପୁଟି କମିଶନର ବିଜୟ ଯାଦବ କହିଛନ୍ତି ଯେ କେତେକ ସାମାଜିକ ବିରୋଧୀ ଉପାଦାନ ଶାନ୍ତି ଏବଂ ଶୃଙ୍ଖଳାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ମଧ୍ୟ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ନେଉଛନ୍ତି ।

ବିଜୟ କହିଛନ୍ତି ଯେ ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ, ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ପାଇଁ କୁଇକ୍ ରେସପନ୍ସ ଟିମ୍, ଜଣେ ମାଜିଷ୍ଟ୍ରେଟ୍, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ ଦଙ୍ଗା ବିରୋଧୀ ବାହିନୀ ନିୟୋଜିତ କରାଯାଇଛି । ପୋଲିସ କହିଛି ଯେ ଶନିବାର ସନ୍ଧ୍ୟା ଠାରୁ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ସ୍ଥାନୀୟ ସଂଗଠନର ଲୋକମାନେ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ଏକ ବୈଠକ କରିଥିଲେ ।

ରାମ ନବମୀ ପତାକା ଉପରେ କିଛି ମାଂସ ଖଣ୍ଡ ଦେଖିବାକୁ ମିଳିଥିଲା । ଏହା ପରେ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ସ୍ଥାନୀୟ ସଂଗଠନ ପୋଲିସ ନିକଟରେ ଦାବି କରିଛି ଯେ ଯିଏ ଏହି କାର୍ଯ୍ୟ କରିଛି 24 ଘଣ୍ଟା ମଧ୍ୟରେ ଗିରଫ କରାଯାଉ ।

ରବିବାର ଦିନ ପଥର ଫିଙ୍ଗିବା ଘଟଣା ପରେ ଏକ ଦୋକାନରେ ନିଆଁ ଲଗାଇବା ପରେ ଅବସ୍ଥା ଆହୁରି ବିଗିଡି ଯାଇଥିଲା । DAG ଅଜୟ କହିଛନ୍ତି ଯେ ସ୍ଥାନୀୟ ଦୁବୃର୍ତ୍ତ ଦୋକାନ ଏବଂ ଅଟୋରେ ନିଆଁ ଲଗାଇ ଦେଇଛନ୍ତି । ଯେଉଁମାନେ ଏହି ହିଂସା ସହ ଜଡିତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+