ୟାସିନ ମଲିକ ଘର ବାହାରେ ଦେଶ ବିରୋଧୀ ସ୍ଲୋଗାନ ଏବଂ ପଥର ମାଡ଼ ପାଇଁ 10 ଗିରଫ
ଜାମ୍ମୁ କାଶ୍ମୀରରେ ୟାସିନ ମଲିକର ଘର ବାହାରେ ଜାତୀୟ ବିରୋଧୀ ସ୍ଲୋଗାନ ଦେବା ସହ ପଥର ଫିଙ୍ଗିବା ପାଇଁ ଏପର୍ଯ୍ୟନ୍ତ 10 ଜଣଙ୍କୁ ଗିରଫ କରାଯାଇଛି ।
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ୟାସିନ ମଲିକର ଘର ବାହାରେ ଜାତୀୟ ବିରୋଧୀ ସ୍ଲୋଗାନ ଦେବା ସହ ପଥର ଫିଙ୍ଗିବା ପାଇଁ ଏପର୍ଯ୍ୟନ୍ତ 10 ଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ରହିଛି ।
ଶ୍ରୀନଗର ପୋଲିସ କହିଛି ଯେ ଗତକାଲି ରାୟ ଆସିବା ପୂର୍ବରୁ ମୈଇସୁମାରେ ୟାସିନ ମଲିକର ଘର ବାହାରେ ଜାତୀୟ ବିରୋଧୀ ସ୍ଲୋଗାନ ଏବଂ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି । ଯାହା ପରେ ଏପର୍ଯ୍ୟନ୍ତ 10 ଜଣଙ୍କୁ ଗିରଫ କରାଯାଇଛି ।

ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି ଏବଂ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । UAPA ଏବଂ IPC ଅଧୀନରେ ଏକ ମାମଲା ରୁଜୁ ହୋଇଛି । ଜନ ସୁରକ୍ଷା ଆଇନ ଅନୁଯାୟୀ ଏହାକୁ ପ୍ରବର୍ତ୍ତାଇଥିବା ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ ।
ଆପଣଙ୍କୁ କହି ରଖଛୁ ଟେରରେ ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ୟାସିନକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହା ପରେ ଜାମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଅଞ୍ଚଳରେ ଲୋକ ଦେଶ ବିରୋଧୀ ନାରା ଲଗାଇବା ସହ ପୋଲିସ୍ ଉପରକୁ ପଥର ମାଡ କରିଥିଲେ । ରାୟ ଶୁଣାଣି ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିଲା ।












Click it and Unblock the Notifications