ଜାମ୍ମୁ କାଶ୍ମୀରରେ ସରକାର ପୁଣିଥରେ ବଡ଼ ପରିବର୍ତ୍ତନ କରିବେ କି ? ଜାମ୍ମୁକୁ ଅଲଗା ରାଜ୍ୟ କରିବା ଉପରେ ପାକିସ୍ତାନର ପ୍ରତିକ୍ରିୟା
ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏବେ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ପୁଣି ରାଜନୀତି ଦେଖାଦେଇପାରେ ବୋଲି କୁହାଯାଉଛି ।
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରକୁ ନେଇ ଭାରତ ସରକାର ଆଉ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଦେଶର ରାଜନୀତି ପୁଣି ଥରେ ହଇଚଇ ସୃଷ୍ଟି ହେବା ନେଇ କୁହାଯାଉଛି । ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏବେ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ପୁଣି ରାଜନୀତି ଦେଖାଦେଇପାରେ ବୋଲି କୁହାଯାଉଛି ।

ତେବେ ସରକାରୀ ସୂତ୍ରରୁ କୁହାଯାଇଛି ଯେ ଜାମ୍ମୁ କାଶ୍ମୀରର ବିଭିନ୍ନ ଭାଗରେ ଗତ ସପ୍ତାହକ ମଧ୍ୟରେ 70 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ପୁନଃ ମୁତୟନ କରାଯାଇଛି । କେନ୍ଦ୍ର ସରକାର2019 ଅଗଷ୍ଟ 5 ତାରିଖରେ ଜାମ୍ମୁ କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ସାମ୍ବିଧାନିକ ଅଧିକାର ପ୍ରତ୍ୟାହାର କରିନେବା ପରବର୍ତ୍ତୀ ସମୟରେ ସଂପ୍ରତି ପ୍ରଥମ ଥର ପାଇଁ ଏତେସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଉଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ମୁଖ୍ୟତଃ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ) ଯବାନମାନେ ରହିଛନ୍ତି । ପରିଚୟ ଗୋପନ ରଖିବା ସର୍ତ୍ତରେ ସ୍ଥାନୀୟ କିଛି ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଯବାନମାନଙ୍କୁ ଗତ ଏକବର୍ଷ ହେଲା ଦେଶର ଅନ୍ୟାନ୍ୟ ଭାଗକୁ ନିର୍ବାଚନ ଓ ଅନ୍ୟାନ୍ୟ ଦାୟିତ୍ୱ ନିର୍ବାହ ପାଇଁ ପଠାଯାଇଥିଲା ।2020 ରେ ପ୍ରାୟ 300 କମ୍ପାନୀ ଯବାନ ଅନ୍ୟତ୍ର ଯାଇଥିବାବେଳେ ସେମାନେ ପୁନଶ୍ଚ ଫେରିବା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରର ବହୁ ଅଗ୍ରଭାଗ ନେତା ଆଶଙ୍କା କରିଛନ୍ତି ଯେ ସେମାନଙ୍କୁ ୨୦୧୯ ଅଗଷ୍ଟରେ ଯେଉଁଭଳି ଭାବରେ ଗିରଫ କରାଯାଇଥିଲା, ତାହାର ପୁନରାବୃତ୍ତି ଘଟିପାରେ।
ଜାମ୍ମୁ କାଶ୍ମୀରରେ ବଡ ରାଜନୈତିକ ପରିବର୍ତ୍ତନ ?
ଅମିତ ଶାହା ଏବଂ ମନୋଜ ସିହ୍ନାଙ୍କ ସାକ୍ଷାତ ପରେ ଜାମ୍ମୁ କାଶ୍ମୀରକୁ ପୁଣି ବିଭାଜିତ କରାଯିବ ଏବଂ ଜାମ୍ମୁ-କାଶ୍ମୀରକୁ ବିବାଜିତ କରି ଜାମ୍ମୁ କୁ ଏକ ଅଲଗା ରାଜ୍ୟ କରାଯିବ, କାଶ୍ମୀର ଏକ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ନେଇ ଆହୁରି ଅନେକ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ଯେଉଁ କାରଣରୁ ପାକିସ୍ତାନ ଅତ୍ୟଧିକ କ୍ରୋଧିତ ହୋଇଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଭୌଗୋଳିକ ଅବସ୍ଥାନ ବଦଳାଇବାକୁ ଭାରତର କୌଣସି ଅଧିକାର ନାହିଁ । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଭୌଗୋଳିକ ଅବସ୍ଥିତି ପରିବର୍ତ୍ତନ କରି ଭାରତ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି, ଯାହାକୁ ପାକିସ୍ତାନ ଦୃଢ ବିରୋଧ କରିବ ।

କାଶ୍ମୀର ଉପରେ ଆଲୋଚନା ପାଇଁ ରୋଡମ୍ୟାପ
ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ବିବାଦୀୟ ଜାମ୍ମୁ କାଶ୍ମୀରର ଭୌଗୋଳିକ ଅବସ୍ଥାନକୁ ଭାରତ ପରିବର୍ତ୍ତନ କରିପାରିବ ନାହିଁ । ପାକିସ୍ତାନ ଏବଂ ଜାମ୍ମୁ କାଶ୍ମୀରବାସୀଙ୍କୁ ବେଆଇନ ଗ୍ରହଣ କରିବାକୁ ଭାରତ ବାଧ୍ୟ କରିପାରିବ ନାହିଁ । ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏହି ବିବୃତ୍ତି ସେତେବେଳେ ଆସିଥିଲା, ଯେତେବେଳେ ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଏହା ପୂର୍ବରୁ ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ପାଇଁ ରୋଡମ୍ୟାପ ଦିଆଯିବା ଉଚିତ । କିନ୍ତୁ, ରୋଡମ୍ୟାପ ଦେବା ତ ଦୂରର କଥା ଭାରତ ପୁଣି ଥରେ ଜାମ୍ମୁ କାଶ୍ମୀରର ଭୌଗୋଳିକ ସ୍ଥିତିକୁ ପରିବର୍ତ୍ତନ କରିବାକୁ ଯାଉଛି ।

ପାକିସ୍ତାନର ଏହି ପ୍ରତିକ୍ରିୟା ପରେ ଜାମ୍ମୁ କାଶ୍ମୀର ପ୍ରଶାସନ କହିଛି ଯେ ଜାମ୍ମୁ କାଶ୍ମୀରରେ କୌଣସି ପରିବର୍ତ୍ତନ ହେଉନାହିଁ ଏବଂ ଏହି ଖବର କେବଳ ଗୁଜବ । କୌଣସି ରାଜନୈତିକ ପରିବର୍ତ୍ତନକୁ ଜାମ୍ମୁ କାଶ୍ମୀର ପ୍ରଶାସନ ଗୁଜବ ବୋଲି କହିଛି । ରିପୋର୍ଟ ଅନୁଯାୟୀ, ଅମିତ ଶାହା ଏବଂ ମନୋଜ ସିହ୍ନାଙ୍କ ସାକ୍ଷାତ ପରେ ସମଗ୍ର ଜାମ୍ମୁ କାଶ୍ମୀରରେ ଜାମ୍ମୁ ଏକ ଅଲଗା ରାଜ୍ୟ ହୋଇପାରେ ବୋଲି ଅନେକ ଚର୍ଚ୍ଚା ହେଉଛି । ବିଶେଷକରି କାଶ୍ମୀର ଭିତରେ ମୋଦୀ ସରକାର ଜାମ୍ମୁକୁ ଏକ ଅଲଗା ରାଜ୍ୟ କରି ପାରନ୍ତି ବୋଲି ଅନେକ ଗୁଜବ ରହିଛି । ଏଥି ସହିତ ଜାମ୍ମୁ କାଶ୍ମୀରର ଅଧିକାରୀମାନେ କାଶ୍ମୀର ପର୍ଯ୍ୟବେକ୍ଷକଙ୍କୁ କହିଛନ୍ତି ଯେ ଅମିତ ଶାହା ଏବଂ ମନୋଜ ସିହ୍ନାଙ୍କ ବୈଠକ ଏକ ଔପଚାରିକ ବୈଠକ ଥିଲା ଏବଂ ନିକଟରେ ହୋଇଥିବା ବୈଠକରେ କେବଳ ଜାମ୍ମୁ କାଶ୍ମୀରରେ ବର୍ତ୍ତମାନର ପରିସ୍ଥିତି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଜାମ୍ମୁ କାଶ୍ମୀର ପ୍ରଶାସନର ଅଧିକାରୀମାନେ ମଧ୍ୟ ଏଥିରେ ଅସ୍ୱୀକାର କରୁନାହାଁନ୍ତି ଯେ ପ୍ରଶାସନରେ ପରିବର୍ତ୍ତନ ହୋଇପାରେ । ଏଥି ସହିତ ଅମରନାଥ ଯାତ୍ରା କାହିଁକି ନିଷେଧ କରାଯାଇଛି ସେନେଇ ଅଧିକାରୀଙ୍କ ଦ୍ୱାରା କୌଣସି ଠୋସ୍ ଉତ୍ତର ଦିଆଯାଉ ନାହିଁ ।












Click it and Unblock the Notifications