ଜେଲ ବିଭାଗ ଡିଜିପି ଲୋହିଆଙ୍କୁ ହତ୍ୟା, ଘରୋଇ ସହାୟକକୁ ଖୋଜୁଛି ପୋଲିସ୍
ଜାମ୍ମୁ କାଶ୍ମୀର ଜେଲ ବିଭାଗର ଡିଜିପି ହେମନ୍ତ କୁମାର ଲୋହିଆଙ୍କ ମୃତଦେହ ଅକ୍ଟୋବର 03 ସୋମବାର ଦିନ ଜାମ୍ମୁସ୍ଥିତ ତାଙ୍କ ବାସଭବନରେ ରହସ୍ୟମୟ ଅବସ୍ଥାରେ ମିଳିଛି ।
ଶ୍ରୀନଗର : ଜାମ୍ମୁ କାଶ୍ମୀର ଜେଲ ବିଭାଗର ଡିଜିପି ହେମନ୍ତ କୁମାର ଲୋହିଆଙ୍କ ମୃତଦେହ ଅକ୍ଟୋବର 03 ସୋମବାର ଦିନ ଜାମ୍ମୁସ୍ଥିତ ତାଙ୍କ ବାସଭବନରେ ରହସ୍ୟମୟ ଅବସ୍ଥାରେ ମିଳିଛି । ପୋଲିସର ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ତାଙ୍କ ଗଳା କାଟି ହତ୍ୟା କରାଯାଇଥିବା କୁହାଯାଉଛି । ଶରୀରରେ ଅନେକ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ହତ୍ୟା ପରେ ମରଶରୀରକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରାଯାଇଛି । ପୋଲିକ ସନ୍ଦେହ କରୁଛନ୍ତି ଯେ ହେମନ୍ତ କୁମାର ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ହତ୍ୟା କରିଛି । ସହାୟକ ଜାମ୍ମୁ କାଶ୍ମୀରର ରାମବାନର ବାସିନ୍ଦା, ସେ ବର୍ତ୍ତମାନ ଫେରାର୍ ଅଛି । ପୋଲିସ ତାକୁ ଖୋଜୁଛି । ହତ୍ୟା ସମେତ ସମସ୍ତ ଦିଗରୁ ପୋଲିସ ତଦନ୍ତ ଆରମ୍ଭ କରିଛି । 1992 ବ୍ୟାଚର IPS ଅଫିସର ଥିଲେ ହେମନ୍ତ କୁମାର ।












Click it and Unblock the Notifications