ଜାମ୍ମୁ କାଶ୍ମୀର ଜେଲ ଡିଜିପି ହତ୍ୟା ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଜାମ୍ମୁ ଓ କାଶ୍ମୀର ଜେଲ ବିଭାଗର ଡିଜିପି ହେମନ୍ତ ଲୋହିଆଙ୍କ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ରାତିସାରା ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲା, ପରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଛି ।

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ଜେଲ ବିଭାଗର ଡିଜିପି ହେମନ୍ତ ଲୋହିଆଙ୍କ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ରାତିସାରା ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲା, ପରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଛି । ଅଭିଯୁକ୍ତର ଏକ ଡାଏରୀ ମିଳିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ମାନସିକ ଅବସାଦରେ ପୀଡିତ ଥିଲେ । ଏନେଇ ଜାମ୍ମୁ ଏଡିଜିପି ମୁକେଶ ସିଂହ ସୂଚନା ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜାମ୍ମୁ ଏବଂ ରାଜୌରୀ ଜିଲ୍ଲାରେ ପୋଲିସ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି ।

Hemant K Lohia

ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ ଘରୋଇ ସହାୟକ ୟାସିର ହତ୍ୟା କରିବା ପରେ ହେମନ୍ତଙ୍କ ମୃତଦେହକୁ ଜାଳିଦେବାକୁ ଚେଷ୍ଟା କରିଥିଲା । ଜାମ୍ମୁର ଉଦୟୱାଲାସ୍ଥିତ ତାଙ୍କ ବାସଭବନରେ ହେମନ୍ତଙ୍କ ମୃତଦେହ ମିଳିଥିଲା । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଏବଂ ପୋଡା ଚିହ୍ନ ଅଛି । ହତ୍ୟା କରି ସହାୟକ ଫେରାର ହୋଇଯାଇଥିବା ପୋଲିସ କହିଛି । ଯାହା ପରେ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହା ପରେ ପୋଲିସ ୟାସିରକୁ କନାଚକ ଅଞ୍ଚଳରେ ଗିରଫ କରିଥିଲା ।

ଆପଣଙ୍କୁ କହି ରଖୁଛୁ ଆତଙ୍କବାଦୀ ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିଛି । ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଘରୋଇ ସହାୟକ ଯାହାକୁ ପୋଲିସ ସନ୍ଦେହ କରିଥିଲା ତାରା ନାଁ ୟାସିର, ସେ ରାମବନ୍ ଅଞ୍ଚଳର ନିବାସୀ । ସୂଚନାଯୋଗ୍ୟ ଯେ ଜାମ୍ମୁ କାଶ୍ମୀରର ଡିଜିପି ଜେଲ ହେମନ୍ତ ଲୋହିଆ 1992 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+