ଜାମ୍ମୁ କାଶ୍ମୀରରେ ସହିଦଙ୍କ ନାମରେ ହେବ ସଡକ ଏବଂ ବିଦ୍ୟାଳୟର ନାମ, 108 ନାମର ଏକ ତାଲିକା ପ୍ରସ୍ତୁତ କରିଛି ପ୍ରଶାସନ
ଆତଙ୍କବାଦ ମୁକାବିଲା ବେଳେ ଉପତ୍ୟକାରେ ସହିଦ ହୋଇଥିବା ସହିଦ ଯବାନଙ୍କ ନାମରେ ଜାମ୍ମୁ କାଶ୍ମୀର ବିଦ୍ୟାଳୟ, ରାସ୍ତା ଏବଂ କୋଠାର ନାମକରଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଜାମ୍ମୁ କାଶ୍ମୀର ପ୍ରଶାସନ ଏହାର ପ୍ରସ୍ତୁତି ଆରମ୍ଭ କରିଛି ।
ଶ୍ରୀନଗର : ଆତଙ୍କବାଦ ମୁକାବିଲା ବେଳେ ଉପତ୍ୟକାରେ ସହିଦ ହୋଇଥିବା ସହିଦ ଯବାନଙ୍କ ନାମରେ ଜାମ୍ମୁ କାଶ୍ମୀର ବିଦ୍ୟାଳୟ, ରାସ୍ତା ଏବଂ କୋଠାର ନାମକରଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଜାମ୍ମୁ କାଶ୍ମୀର ପ୍ରଶାସନ ଏହାର ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ 108 ସହିଦ ଯବାନଙ୍କ ନାମର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ସମସ୍ତ ସୌନିକ ଆତଙ୍କବାଦ ବିରୋଧରେ ଲଢୁଥିବାଳେ ବୀରଗତି ପ୍ରାପ୍ତ ହୋଇଥିଲେ ଏବଂ ସେମାନଙ୍କୁ ବୀରତା ପୁରସ୍କାର ମିଳିଥିଲା ।

ସୂଚନାନୁସାରେ, ଏହି ତାଲିକାରେ ଥିବା ଅଧିକାଂଶ ନାମ ସେହି ଶହୀଦ ରାଜ୍ୟ ପୋଲିସ ଏବଂ ସେନା କର୍ମଚାରୀଙ୍କ, ଯେଉଁମାନେ ଜାମ୍ମୁ କାଶ୍ମୀରରେ ବିଦ୍ରୋହ ପରଠାରୁ ଆତଙ୍କବାଦୀଙ୍କ ବିରୋଧରେ ଲଢେଇରେ ସାମିଲ ଥିଲେ । ସୁରକ୍ଷା ବାହିନୀ ବ୍ୟତୀତ ଏହି ତାଲିକାରେ ସାହିତ୍ୟ ଅକାଦେମୀ ପୁରସ୍କାର ଜିତିଥିବା ଶୀର୍ଷ ଏକାଡେମିକ୍ ଏବଂ କଳାକାରଙ୍କ ନାମ ମଧ୍ୟ ରହିଛି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ସ୍ଥାନୀୟ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ "ଆଜାଦି କା ଅମୃତ ମହୋତ୍ସବ" କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଦେଶର ସ୍ୱାଧୀନତାର 75 ବର୍ଷ ପାଳନ କରିବାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
- ଆମେ ଆପଣଙ୍କୁ କହି ରଖୁଛୁ ଯେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ 108 ନାମ ତାଲିକାରେ ଜମ୍ମୁ-କଶ୍ମୀର ପୋଲିସର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ମହମ୍ମଦ ଆକବରଙ୍କ ନାମ ରହିଛି, ଯିଏକି 2014 ମସିହାରେ ଉରିର ମୋହରା ଠାରେ ଏକ ସେନା ଶିବିରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ । ଏହି ଆକ୍ରମଣରେ ବହୁ ସୈନିକ ଏବଂ ପୋଲିସ କର୍ମଚାରୀ ସହିଦ ହୋଇଥିଲେ ।
- ଏହା ବ୍ୟତୀତ 2009 ରେ କୁପୱାଡ଼ାରେ ଅନୁପ୍ରବେଶକାରୀଙ୍କ ବିରୋଧରେ ହୋଇଥିବା ଅପରେସନରେ ସହିଦ ହୋଇଥିବା ଶବ୍ବୀର ଅହମ୍ମଦ ମଲିକଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ।
- ଏହି ତାଲିକାରେ ଜାମ୍ମୁ କାଶ୍ମୀର ଲାଇଟ୍ ଇନ୍ଫେଣ୍ଟ୍ରି ଡିଭିଜନର ନାଏବ ସୁବେଦାର ଚୁନି ଲାଲ ମଧ୍ୟ ଅଛନ୍ତି, ଯିଏ କି 24 ଜୁନ୍ 2007 ରେ କୁପୱାଡ଼ା ଜିଲ୍ଲାରେ ଏକ ଏନକାଉଣ୍ଟର ସମୟରେ ସହିଦ ହୋଇଥିଲେ ।












Click it and Unblock the Notifications