ଜାମ୍ମୁ କାଶ୍ମୀର : ଶ୍ରୀନଗରର ସରକାରୀ ବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ଦୁଇଜଣ ଶିକ୍ଷକଙ୍କର ମୃତ୍ୟୁ
ଶ୍ରୀନଗରର ଇଦଗାହ ସଙ୍ଗମ ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଜାମ୍ମୁ କାଶ୍ମୀର ପୋଲିସ ଏହା ନିଶ୍ଚିତ କରିଛି ।
ଶ୍ରୀନଗର : ଶ୍ରୀନଗରର ଇଦଗାହ ସଙ୍ଗମ ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଜାମ୍ମୁ କାଶ୍ମୀର ପୋଲିସ ଏହା ନିଶ୍ଚିତ କରିଛି । ଜାମ୍ମୁ କାଶ୍ମୀର ଶ୍ରୀନଗରର ଇଦଗାହ ଅଞ୍ଚଳରେ ଗୁଳି ବିନିମୟ ସମ୍ପର୍କରେ ସୂଚନା ପାଇଥିବା ପୋଲିସ କହିଛି ।

ଶ୍ରୀନଗରର ଐତିହାସିକ ପୁରୁଣା ସହର ଇଦଗାହରେ ଗୁରୁବାର (ଅକ୍ଟୋବର 07) ସକାଳେ କିଛି ଅଜ୍ଞାତ ବ୍ୟକ୍ତି ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ କରି ଏହାର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଜଣେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତିମାନେ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତୀନ୍ଦର କୌର ଏବଂ ଶିକ୍ଷକ ଦୀପକ ବୋଲି ଜଣାପଡିଛି । କୁହାଯାଉଛି ଯେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗତ ତିନି ଦିନ ମଧ୍ୟରେ କାଶ୍ମୀରରେ ଏହା ହେଉଛି ପଞ୍ଚମ ସାଧାରଣ ନାଗରିକ ହତ୍ୟା, ଯେଉଁଥିରୁ କେବଳ ଶ୍ରୀନଗରରେ ଚାରିଜଣଙ୍କର ମୃତ୍ୟୁ ହୋଇଛି ।
ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଏଠାରେ ଭୟର ବାତାବରଣ ସୃଷ୍ଟି କରିବା, ସାମ୍ପ୍ରଦାୟିକ ଅସହଯୋଗ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ସ୍ଥାନୀୟ ନୈତିକତା ଏବଂ ମୂଲ୍ୟବୋଧକୁ ଟାର୍ଗେଟ କରିବା ଏବଂ ସ୍ଥାନୀୟ କାଶ୍ମୀରୀ ମୁସଲମାନମାନଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର । ଏସବୁ ପାକିସ୍ତାନ ନିର୍ଦ୍ଦେଶରେ ହୋଉଛି ବୋଲି କହିଛନ୍ତି ଜେ ଆଣ୍ଡ କେ ଡିଜିପି ଦିଲବାଗ ସିଂହ ।












Click it and Unblock the Notifications