ଏନକାଉଣ୍ଟରରେ ନିହତ ହେଲା ଜୈଶର ଟପ୍ କମାଣ୍ଡର ଶ୍ୟାମ ସୋଫି

କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ତ୍ରାଲ ଅଞ୍ଚଳର ତିଲୱାନି ମୋହଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଆତଙ୍କବାଦୀ ଶ୍ୟାମ ସୋଫି ବୋଲି ଜଣାପଡିଛି ।

ଶ୍ରୀନଗର : ଆୱନ୍ତିପୋରାର ତ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛି । କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ତ୍ରାଲ ଅଞ୍ଚଳର ତିଲୱାନି ମୋହଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଆତଙ୍କବାଦୀ ଶ୍ୟାମ ସୋଫି ବୋଲି ଜଣାପଡିଛି । ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି, ଆହୁରି ଅନେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

encounter

ମିଳିଥିବା ସୂଚନା ଅନୁସାରେ ପୋଲିସ୍ ଏବଂ ସୁରକ୍ଷା କର୍ମୀଙ୍କୁ ତିଲୱାନୀ ମୋହଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ ସେହି ଅଞ୍ଚଳରେ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଆତଙ୍କବାଦୀମାନେ ଭାରତୀୟ ସୈନିକମାନଙ୍କୁ ଦେଖିବା ପରେ ଗୁଳି ଚଳାଇବା ଆରମ୍ଭ କରିବା ପରେ ସୂଚନା ଠିକ୍ ବୋଲି ଜଣାପଡ଼ିଥିଲା । ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇଥିଲେ, ଯେଉଁଥିରେ ଜୌଶର ବରିଷ୍ଠ କମାଣ୍ଡର ନିହତ ହୋଇଥିଲା । ଏଥି ସହିତ ପୁଞ୍ଚ, ରଜୌରୀ ଅଞ୍ଚଳର ବଗାଇ ଜଙ୍ଗଲରେ ସୁରକ୍ଷା ବାହିନୀ ଗତ ଦୁଇ ଦିନ ଧରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+