ଜାମ୍ମୁ କାଶ୍ମୀର : ପୁଞ୍ଚରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର, ଜଣେ JCO ସମେତ 5 ଯବାନ ସହିଦ
ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନରେ 5 ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର ମଧ୍ୟ ଅଛନ୍ତି ।
ଜାମ୍ମୁ : ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରୁ ଏକ ବଡ ଖବର ଆସୁଛି । ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନରେ 5 ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର ମଧ୍ୟ ଅଛନ୍ତି ।

ବର୍ତ୍ତମାନ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଜାରି ରହିଛି ଏବଂ ସୁରକ୍ଷା ବାହିନୀ ସବୁ ଦିଗରୁ ଘେରି ରହିଛନ୍ତି । ସେନା ଅଧିକାରୀଙ୍କ କହିବାନୁସାରେ, ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ବିଷୟରେ ସୂଚନା ମିଳିଥିଲା, ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ତିନିରୁ ଚାରି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା କୁହାଯାଉଛି ।
ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିୟମରେ ଜଣେ ଜେସିଓଙ୍କ ସମେତ 5 ଜଣ ଆହତଙ୍କ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ହେଁ ସମସ୍ତେ ସହିଦ ହୋଇଯାଇଥିବା ନ୍ୟୁଜ ଏଜେନ୍ସି ଏଏନନଆଇ ପକ୍ଷରୁ ଟ୍ୱିଟ କରାଯାଇଛି । ଏବେ ସେଠାରେ ଛପି ରହିଥିବା ଆତଙ୍କବାଦୀଙ୍କୁ ଜବାବ୍ ଦେବାକୁ ତଲାସି ଅଭିଯାନ ଜାରି ରହିଛି ।
A junior commissioned officer (JCO) & four soldiers killed in action during a counter-terrorist operation in the Rajouri sector in the Pir Panjal ranges: Sources
— ANI (@ANI) October 11, 2021
ସୂଚନାଯୋଗ୍ୟ, ଆଜି ସକାଳେ ବାନ୍ଦିପୋରା ଅନ୍ତର୍ଗତ ହାଜିନ ସ୍ଥିତ ଗୁଣ୍ଡଜାହାଙ୍ଗିରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା । ନିହତ ଆତଙ୍କୀ ଜଣକ ହେଲା ଇମତିଆଜ ଦାର । ସେ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ । ନିକଟରେ ବାନ୍ଦିପୋରାର ଶାହଗୁଣ୍ଡ ଠାରେ ଜଣେ ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ସେ ସାମିଲ ଥିଲା ।












Click it and Unblock the Notifications