Get Updates
Get notified of breaking news, exclusive insights, and must-see stories!

ଏନ୍ଆଇଏ ହାତରେ ଜାମ୍ମୁ ବାୟୁସେନା ଷ୍ଟେସନରେ ଡ୍ରୋନ୍ ଆକ୍ରମଣର ଯାଞ୍ଚ ଦାୟିତ୍ୱ

ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣର ପ୍ରତ୍ୟେକ ଦିଗକୁ ଏନଆଇଏ ଟିମ୍ ଅନୁସନ୍ଧାନ କରିବ । ଏହି ଡ୍ରୋନ୍ କେଉଁଠୁ ଆସିଲା ଏବଂ ଏହା ପଛରେ କିଏ ଅଛି, ଏନଆଇଏ ଟିମ୍ ଏହି ସବୁ ଦିଗ ଉପରେ ଅନୁସନ୍ଧାନ କରିବ ।

ନୂଆଦିଲ୍ଲୀ : ଆତଙ୍କବାଦୀମାନେ ଡ୍ରୋନ୍ ମାଧ୍ୟମରେ ବିସ୍ଫୋରକ ସାମଗ୍ରୀ ପକାଇ ଜାମ୍ମୁ ବାୟୁସେନା ଷ୍ଟେସନ ଉପରେ ଆକ୍ରମଣ କରିବା ପରେ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଦେଶ ଏକ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । କେନ୍ଦ୍ର ସରକାର ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଉଛନ୍ତି ଏବଂ ଜାମ୍ମୁ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଏନଆଇଏକୁ ଦିଆଯାଇଛି । ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣର ପ୍ରତ୍ୟେକ ଦିଗକୁ ଏନଆଇଏ ଟିମ୍ ଅନୁସନ୍ଧାନ କରିବ । ଏହି ଡ୍ରୋନ୍ କେଉଁଠୁ ଆସିଲା ଏବଂ ଏହା ପଛରେ କିଏ ଅଛି, ଏନଆଇଏ ଟିମ୍ ଏହି ସବୁ ଦିଗ ଉପରେ ଅନୁସନ୍ଧାନ କରିବ ।

NIA

ରିପୋର୍ଟ ଅନୁଯାୟୀ, ଜାମ୍ମୁ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ପାଇଁ RDX କିମ୍ବା TNT ବ୍ୟବହାର କରାଯାଇଥିଲା । ତେବେ ଅନୁସନ୍ଧାନରେ ଏହା ସ୍ପଷ୍ଟ ହେବ ଯେ ଆତଙ୍କବାଦୀମାନେ କିପରି ଏହି ବିସ୍ଫୋରକ ପାଇଲେ, ସୀମା ଆରପଟୁ ଏନେଇ କୌଣସି ସାହାଯ୍ୟ ମିଳିଥିଲା କିୁ ନାହିଁ ।
ସୂଚନା ଅନୁଯାୟୀ ଆତଙ୍କବାଦୀମାନେ କେବଳ ବାୟୁସେନା ଷ୍ଟେସନ ନୁହେଁ ଅନ୍ୟ ବେସକୁ ମଧ୍ୟ ଟାର୍ଗେଟ କରୁଛନ୍ତି । 27 ଜୁନ୍ ସକାଳ ପ୍ରାୟ 3 ଟା ସମୟରେ କାଲୁଚାକ୍ ଅଞ୍ଚଳରେ ଏକ ଡ୍ରୋନ୍ ଦେଖାଯାଇଥିଲା, ଯଦିଓ ଏହି ସମୟ ମଧ୍ୟରେ ସୈନିକମାନଙ୍କ ଆକ୍ରମଣ ପରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଯଦି ସୈନିକମାନେ ତତ୍ପରତା ଦେଖାଇ ନଥାନ୍ତେ ତେବେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିବାରେ ସଫଳ ହୋଇଥାନ୍ତେ । ଅନ୍ଧକାର ହେତୁ ଡ୍ରୋନ୍ କିଛି ସମୟ ପରେ ଘଟଣାସ୍ଥଳରୁ ପଳାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+