Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ ବିମାନବନ୍ଦରରେ ବିସ୍ଫୋରଣ : ହ୍ୟାଙ୍ଗରରେ ଥିବା ହେଲିକପ୍ଟର ଥିଲା ଆତଙ୍କବାଦୀଙ୍କ ଟାର୍ଗେଟ

ପ୍ରାଥମିକ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଡ୍ରୋନ୍ ବ୍ୟବହାର କରି ହେଲିକପ୍ଟରକୁ ଟାର୍ଗେଟ କରିବା ପାଇଁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ।

ଜାମ୍ମୁ : ଜାମ୍ମୁ ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ପରେ ପଠାନକୋଟରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଉଚ୍ଚ -ସୁରକ୍ଷା ବିମାନବନ୍ଦର କମ୍ପ୍ଲେକ୍ସରେ ଅବସ୍ଥିତ ବାୟୁସେନା ଷ୍ଟେସନ ଉପରେ ବିସ୍ଫୋରକ ଥିବା ଦୁଇଟି ଡ୍ରୋନ୍ ସାହାଯ୍ୟରେ ବିସ୍ଫୋରଣ କରାଯାଇଥିଲା । ପ୍ରାଥମିକ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଡ୍ରୋନ୍ ବ୍ୟବହାର କରି ହେଲିକପ୍ଟରକୁ ଟାର୍ଗେଟ କରିବା ପାଇଁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । 26-27 ଜୁନ୍ ମଧ୍ୟରାତ୍ରିରେ, ପାଞ୍ଚ ମିନିଟ୍ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ଜମ୍ମୁ ବାୟୁସେନା ଷ୍ଟେସନର ଉଚ୍ଚ ସୁରକ୍ଷା ବୈଷୟିକ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଚି କରିଥିଲା ।

Jammu-Kahmir

ହ୍ୟାଙ୍ଗର ନିକଟସ୍ଥ ବୈଷୟିକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି ଯାହା ସୂଚାଇ ଦେଉଛି ଯେ ହେଲିକପ୍ଟରକୁ ଟାର୍ଗେଟ କରିବା ପାଇଁ ଆତଙ୍କବାଦୀଙ୍କ ଯୋଜନା ଥିଲା । ଏହି ବିସ୍ଫୋରଣ ହେଲିକପ୍ଟର ଥିବା କ୍ଷେତ୍ର ନିକଟରେ ସକାଳ 1.40 ଏବଂ 1.46 ରେ ହୋଇଥିଲା । ବିମାନ ବନ୍ଦରର ବୈଷୟିକ ଅଞ୍ଚଳରେ ଥିବା ଏକ କୋଠାର ଛାତ ଉପରେ ପ୍ରଥମ ବିସ୍ଫୋରଣ ହେବା ପରେ ଛାତ ଭୁଶୁଡି ପଡିଥିଲା । ଦ୍ୱିତୀୟ ବିସ୍ଫୋରଣ 6 ମିନିଟ୍ ପରେ ବିଲ୍ଡିଂର ପଛପଟେ ଭୂମି ଉରପରେ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇ ବାୟୁସେନା କର୍ମଚାରୀ ଆହତ ହୋଇଛନ୍ତି ।

କୁହାଯାଉଛି ଯେ ଏହି ଷଡଯନ୍ତ୍ର ପାଇଁ P-16 ଡ୍ରୋନ୍ ବ୍ୟବହାର କରାଯାଇଛି । ଏହି ଡ୍ରୋନ୍ ବହୁତ କମ୍ ଉଚ୍ଚତାରେ ଉଡିପାରେ । ଏହି କାରଣରୁ, ବେଳେବେଳେ ଏହା ରାଡାର କବଳରୁ ଖସିଯାଏ ।

ଏହା ପରେ ପଠାନକୋଟରେ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଦିଆଯାଇଛି । ଏହା ପୂର୍ବରୁ ପାଞ୍ଚ ବର୍ଷ ପୂର୍ବେ ପଠାନକୋଟ ବାୟୁସେନା ବେସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପଠାନକୋଟ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି ଏବଂ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ବୋଲି ପୋଲିସ କହିଛି । ଆନ୍ତଃ ରାଜ୍ୟ ସୀମାରେ ଗତିବିଧି ଉପରେ ତୀବ୍ର ଯାଞ୍ଚ କରାଯାଉଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+