ଜାଲିକାଟୁ ପରମ୍ପରା ବୈଧ, ଏହା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମ କୋର୍ଟ

Jallikattu

ନୂଆଦିଲ୍ଲୀ : ତାମିଲ୍‌ନାଡୁର ପ୍ରସିଦ୍ଧ ଖେଳ ଜାଲିକାଟୁ ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଏହାକୁ ବୈଧ କହିବା ସହ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରି ଦେଇଛନ୍ତି । ଜାଲିକାଟୁ ତାମିଲନାଡୁ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏଥିରେ କିଛି ଭୁଲ୍‌ ନାହିଁ ବୋଲି କହିଛନ୍ତି ଶୀର୍ଷ ଅଦାଲତଙ୍କର ଏକ ସାମ୍ବିଧାନିକ ଖଣ୍ଡପୀଠ । ଏପରିକି ରାଜ୍ୟ ସରାକାରଙ୍କ ପକ୍ଷରୁ ଏହାକୁ ମଞ୍ଜୁରି ଦେଉଥିବା କାନୁନ ବିରୋଧରେ ରୋକ ଲଗାଇବାକୁ ମଧ୍ୟ ମନା କରି ଦେଇଛନ୍ତି । ଏହା ସହିତ ଏହାକୁ ବ୍ୟାନ୍ କରିବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ ।

ଜଷ୍ଟିସ୍‌ କେଏମ୍‌ ଜୋଶେଫ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମ୍ବିଧାନିକ ବୈଠକରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ହେଉଥିବା ବଳଦ ଓ ମଇଁଷିମାନଙ୍କ ଖେଳକୁ ଅନୁମତି ଦେଇଛନ୍ତି ।

ଏହା ପୂର୍ବରୁ 2014 ରେ ସୁପ୍ରିମ୍‌କୋର୍ଟଙ୍କ ଏକ ନିଷ୍ପତ୍ତି ପରେ ଏହି ଦୁଇ ଖେଳ ଉପରେ ରୋକ ଲାଗିଥିଲା । ସେ ସମୟରେ ଅଦାଲତ ଏହାକୁ ପଶୁଙ୍କ ପ୍ରତି କ୍ରୁରତା ଆଚରଣ ବୋଲି ଦର୍ଶାଇଥିଲେ । ସେ ସମୟର ଖଣ୍ଡପୀଠରେ ଜଷ୍ଟିସ୍‌ ଅଜୟ ରହତୋଗି, ଜଷ୍ଟିସ୍‌ ଅନିରୁଦ୍ଧ‌ ବୋଷ, ଋଷିକେଶ ରାୟ ଏବଂ ସିଟି ଶିବକୁମାର ସାମିଲ୍ ଥିଲେ ।

ତେବେ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଅନିରୁଦ୍ଧ ବୋଷ କହିଛନ୍ତି, 'ତାମିଲନାଡୁରେ ଜାଲିକାଟୁକୁ ମାନ୍ୟତା ଦେବା କେବଳ ବିଧାନସଭାରେ ତିଆରି ହୋଇଥିବା ଏକ କାନୁନ ନୁହେଁ । ଏହା କୌଣସି ବି ଭ‌ାବେ ସମ୍ବିଧାନର ଉଲ୍ଲଂଘନ କରୁନାହିଁ । ଏହା ହେଉଛି ସଂସ୍କୃତିର କଥା ଓ ଏହି ଖେଳ ତାମିଲନାଡୁ ସଂସ୍କୃତିର ଏକ ଅଂଶ । ବିଚାର ବିଭାଗ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+