ସ୍ୱାଧୀନତା ଦିବସ ଗୋଟିଏ ଦିନ ଆଗରୁ ଗିରଫ ହେଲା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ
କାନପୁରରୁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ହବିବୁଲ ଇସଲାମ (19) ଓରଫ୍ ସୈଫୁଲ୍ଲାକୁ ଗିରଫ କରିଛି ଏଟିଏସ୍ । ସୀମା ବାହାରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ସୈଫୁଲ୍ଲା ଟେଲିଗ୍ରାମ, ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟସ୍ ଆପ୍ ଭଳି ସୋଶାାଲ ମିଡିଆ ବ୍ୟବହାର କରୁଥିଲା ।
କାନପୁର : ସ୍ୱାଧୀନତା ଦିବସ ଗୋଟିଏ ଦିନ ପୂର୍ବରୁ ଉତ୍ତରପ୍ରଦେଶର ଆତଙ୍କବାଦୀ ବିରୋଧୀ ସ୍କ୍ୱାଡ (ଏଟିଏସ)କୁ ବଡ଼ ସଫଳତା ମିଳିଛି । କାନପୁରରୁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ହବିବୁଲ ଇସଲାମ (19) ଓରଫ୍ ସୈଫୁଲ୍ଲାକୁ ଗିରଫ କରିଛି ଏଟିଏସ୍ । ସୀମା ବାହାରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ସୈଫୁଲ୍ଲା ଟେଲିଗ୍ରାମ, ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟସ୍ ଆପ୍ ଭଳି ସୋଶାାଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଥିଲା । ହବିବୁଲ ଫତେହପୁରର ବାସିନ୍ଦା ଏବଂ ଭର୍ଚୁଆଲ୍ ଆଇଡି ତିଆରି କରିବାରେ ଏକ୍ସପର୍ଟ । ନଦୀମ ସହ ମିଶି ହବିବୁଲ ଏପର୍ଯ୍ୟନ୍ତ ପ୍ରାୟ 50 ଟି ଭର୍ଚୁଆଲ ଆଇଡି ତିଆରି କରିଛି ।

ଏହାପୂର୍ବରୁ ଶନିବାର ଦିନ ୟୁପି ଏସଟିଏଫ ସାହାରନପୁରରୁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମହମ୍ମଦ ନାଦୀମକୁ ଗିରଫ କରିଥିଲା । ଏଟିଏସ୍ କ୍ରମାଗତ ଭାବରେ ତାକୁ ପଚରାଉଚରା କରୁଥିଲେ । ଏହା ପରେ ଏବେ ଏଟିଏସ୍ କାନପୁରରୁ ହବିବୁଲ ଓରଫ୍ ସୈଫୁଲ୍ଲାକୁ ଗିରଫ କରିଛି । ଏଟିଏସ୍ ଅନୁଯାୟୀ ସେ ଜୈଶ-ଏ-ମହମ୍ମଦ ସହ ଯୋଗାଯୋଗରେ ଥିଲା, ଏହା ପରେ ଏଟିଏସ୍ ତାକୁ ଗିରଫ କରିଥିଲା ।
ଏଟିଏସ୍ ଅନୁଯାୟୀ, ସୈଫୁଲ୍ଲା ପାକିସ୍ତାନୀ ଏବଂ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ଭର୍ଚୁଆଲ ଆଇଡି ଦେଉଥିଲା । ନାଦୀମ ଘର ନିକଟରେ ରହୁଥିବା ଲୋକମାନେ କହିଛନ୍ତି ଯେ ତାଙ୍କୁ ଦେଖି ଲାଗୁ ନଥିଲା ଯେ ସେ ଫୋନରେ ଏପରି କିଛି କରୁଛି ।
କାନପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ପଚରାଉଚରା ବେଳେ ସ୍ୱୀକାର କରିଛି ଯେ ସେ ଆତଙ୍କବାଦୀ ମହମ୍ମଦ ନଦୀମ ସହ ଜଡିତ ଅଛି ଏବଂ ସୋଶାଲ ମିଡିଆରେ ତାଙ୍କର ନକଲି ପରିଚୟ ତିଆରି କରିଥିଲା । ଆତଙ୍କବାଦୀ ସ୍ୱୀକାର କରିଛି ଯେ ସେ ନାଦୀମକୁ ଜାଣିଥିଲା ଏବଂ ଉଭୟ ସମାନ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ ।
ସୂଚନାଯୋଗ୍ୟ, ଗିରଫ ଆତଙ୍କବାଦୀ ନଦୀମ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ତେହେରିକ-ଇ-ତାଲିବାନ ସହ ସିଧାସଳଖ ଯୋଗାଯୋଗରେ ଥିଲା । ତାକୁ ନୁପୁର ଶର୍ମାଙ୍କୁ ହତ୍ୟା କରିବାର ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ କାର୍ଯ୍ୟ ଶେଷ ହେବା ପୂର୍ବରୁ ଆତଙ୍କବାଦୀ ୟୁପି ଏଟିଏସ ହାତରେ ଧରାପଡିଥିଲେ ।












Click it and Unblock the Notifications