Get Updates
Get notified of breaking news, exclusive insights, and must-see stories!

କିପରି ଘଟିଲା ଜାହାଙ୍ଗୀରପୁରୀରେ ହିଂସା, ସ୍ଥାନୀୟ ଲୋକ ଜଣାଇଲେ ଏହି ଘଟଣାର କାରଣ

ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା କରାଯାଉଥିବା ବେଳେ ଏହି ଘଟଣା ଘଟିଥିଲା ଯେଉଁଥିରେ କିଛି ଲୋକ ପଥର ଫିଙ୍ଗିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଶନିବାର ସନ୍ଧ୍ୟା ପ୍ରାୟ 6 ଟାରେ ଏହି ହିଂସା ଘଟିଥିଲା ।

ନୂଆଦିଲ୍ଲୀ : ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଶନିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି । ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା କରାଯାଉଥିବା ବେଳେ ଏହି ଘଟଣା ଘଟିଥିଲା ଯେଉଁଥିରେ କିଛି ଲୋକ ପଥର ଫିଙ୍ଗିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଶନିବାର ସନ୍ଧ୍ୟା ପ୍ରାୟ 6 ଟାରେ ଏହି ହିଂସା ଘଟିଥିଲା, ଏହି ହିଂସାରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ସର୍ବଶେଷରେ, ଏହି ପୁରା ଘଟଣା କିପରି ଆରମ୍ଭ ହେଲା ଏବଂ ଏହା ପଛରେ କେଉଁ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ରହିଛି ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେବେ ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ଏହାକୁ ନେଇ ଖୋଲାଖୋଲି ଭାବେ କହିଥିଲେ ଏବଂ ଏହା ପଛରେ ଦୁଇଟି କାରଣ ସାମ୍ନାକୁ ଆସିଛି ।

Jahangirpuri Violence

କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସନ୍ଧ୍ୟା ପ୍ରାୟ 5.40 ରେ ହିଂସା ଆରମ୍ଭ ହୋଇଥିଲା । ଏହି ହନୁମାନ ଜୟନ୍ତୀ ଶୋଭାଯାତ୍ରା ଯେତେବେଳେ ଅନ୍ୟ ସମ୍ପ୍ରଦାୟର ଧାର୍ମିକ ସ୍ଥାନରେ ପହଞ୍ଚି ଥିଲା ସେତେବେଳେ ସେଠାରେ ନମାଜ ଅନୁଷ୍ଠିତ ହୋଇଥିଲା । ଅଭିଯୋଗ ହୋଇଛି ଯେ ଏହି ସମାବେଶରେ କିଛି ଲୋକ ଉଚ୍ଚ ସ୍ୱରରେ ସ୍ଲୋଗାନ ଦେବା ଆରମ୍ଭ କରି ସଙ୍ଗୀତ ବଜାଇବା ଆରମ୍ଭ କରିଥିଲେ ଏବଂ ଏଠାରେ ପତାକା ଲଗାଇବାକୁ ଚେଷ୍ଟା କରିଥିଲେ । ଯାହା ପରେ ଏଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା ।

କିନ୍ତୁ ଅନ୍ୟ ଏକ ଗୋଷ୍ଠା ଏହାକୁ ଏହାକୁ ଅସ୍ୱୀକାର କରୁଛନ୍ତି । ଅନ୍ୟ କେତେକ ସ୍ଥାନୀୟ ଲୋକ କହିଛନ୍ତି ଯେ ହନୁମାନ ଜୟନ୍ତୀ ରାଲିକୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା, ରାଲିରେ ଉଚ୍ଚ ସଙ୍ଗୀତକୁ ନେଇ ରାଲିକୁ ରୋକାଯାଇଥିଲା । ଏହି ଘଟଣା ସମ୍ପର୍କରେ ପୋଲିସ ପ୍ରାୟ 6.20 ସୂଚନା ପାଇଥିଲା । ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଅତିରିକ୍ତ ପୋଲିସ ଫୋର୍ସ ଏଠାରେ ପହଞ୍ଚି କିଛି ଘଣ୍ଟା ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ରିପୋର୍ଟ ଅନୁଯାୟୀ, ଲୋକମାନେ ପଥର ଫିଙ୍ଗିବା ବ୍ୟତୀତ ଏଠାରେ ଗୁଳି ଚଳାଇଛନ୍ତି । ହିଂସା ସମୟରେ ଗୁଳି ଚଳାଯାଇଥିବା ପୋଲିସ ସନ୍ଦେହ କରୁଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି ଲାଗିଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସଂଘର୍ଷ ସମୟରେ 6 ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । କିନ୍ତୁ ପୋଲିସ ଦ୍ୱାରା ଏହା ନିଶ୍ଚିତ ହୋଇନାହିଁ । ଏହି ଘଟଣାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ପୋଲିସ ଅଟକ ରଖିଛି, ଶନିବାର ରାତିରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ପ୍ରାୟ 15 ଜଣଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ପଚରାଉଚରା କରାଯାଉଛି । ଏଥିସହିତ ଏହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ପୋଲିସ ଡ୍ରୋନ୍ ବ୍ୟବହାର କରୁଛି ଏବଂ କାହାର ଛାତ ଉପରେ ପଥର ରଖାଯାଇଛି କି ନାହିଁ ଜାଣିବାକୁ ଚେଷ୍ଟା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+