Get Updates
Get notified of breaking news, exclusive insights, and must-see stories!

ଜାହାଙ୍ଗୀରପୁରୀ ହିଂସା : ପୋଲିସ ହାତରେ ଲାଗିଲେ 3 ଅଭିଯୁକ୍ତ, ସାମିଲ ଥିଲେ ଦୁଇ ଭାଇ

ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗୁରୁବାର ସକାଳେ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅପରାହ୍ନରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା

ନୂଆଦିଲ୍ଲୀ : ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗୁରୁବାର ସକାଳେ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅପରାହ୍ନରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସର ସୂଚନାନୁସାରେ, ପ୍ରଥମେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଜାଫର ଏବଂ ବାବୁଦ୍ଦିନ ବୋଲି ଜଣା ପଡିଥିବା ବେଳେ ତୃତୀୟ ଅଭିଯୁକ୍ତର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ବର୍ତ୍ତମାନ ଦିଲ୍ଲୀ ପୋଲିସର ଟିମ୍ ଏହି ତିନିଜଣଙ୍କୁ ପଚରାଉଚରା କରୁଛନ୍ତି ।

Jahangirpuri Violence

ସୂଚନାନୁସାରେ, ଯେତେବେଳେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା କରାଯାଇଥିଲା, ସେତେବେଳେ ଜାଫର ଏବଂ ବାବୁଦ୍ଦିନ କାଚ ବୋତଲରେ ଆକ୍ରମଣ କରିଥିଲେ । ଏହା ବ୍ୟତୀତ ଦୁହେଁ ଭିଡ଼ ଆଗରେ ଖଣ୍ଡା ମଧ୍ୟ ହଲାଇଥିଲେ । ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଉଭୟ ସଂପର୍କରେ ଭାଇ ଏବଂ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନସାର ସହ ଉଭୟଙ୍କ ସମ୍ପର୍କ ଥିବା କଥା ମଧ୍ୟ କୁହାଯାଉଛି ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ସେମାନଙ୍କ ପକ୍ଷରୁ ଅନେକ ଦଳ ଗଠନ କରାଯାଇଥିଲା, ଯାହା ଅଭିଯୁକ୍ତ ମାନଙ୍କୁ ଖୋଜୁଛି । ଏହି ମାମଲାରେ ଏପର୍ଯ୍ୟନ୍ତ 29 ଜଣଙ୍କୁ ଗିରଫ କରାଯାଇଛି । ସେଥିରେ 3 ନାବାଳକ ଅଛନ୍ତି । ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଅନସାରକୁ ମଧ୍ୟ ଦିଲ୍ଲୀ ପୋଲିସ ଗିରଫ କରିଛି, ଯାହାକୁ କ୍ରାଇମ ବ୍ରାଞ୍ଚ ଦଳ କ୍ରମାଗତ ପଚରାଉଚରା କରୁଛନ୍ତି ।

ଏଥିସହ ହିଂସା ମାମଲାରେ ଏନଏସଏସ ଅଧୀନରେ ଗିରଫ ହୋଇଥିବା 5 ଅଭିଯୁକ୍ତଙ୍କୁ 8 ଦିନିଆ ପୋଲିସ ହେପାଜତକୁ ପଠାଯାଇଛି । ରୋହିଣୀ କୋର୍ଟ ଅନସାର, ସଲିମ ଚିକନା, ଇମାମ ଶେଖ, ଦିଲଶାଦ ଏବଂ ଅହିର ର ଆଠ ଦିନିଆ ପୋଲିସ ହେପାଜତକୁ ଅନୁମତି ଦେଇଛନ୍ତି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସେମାନେ ସମସ୍ତ ଅଭିଯୁକ୍ତଙ୍କ କଲ୍ ବିବରଣୀ ଏବଂ ହ୍ୱାଟସ୍ ଆପ୍ ମେସେଜ୍ ଯାଞ୍ଚ କରୁଛନ୍ତି । ଏଥିରୁ ହିଂସା ସହ ଜଡିତ ଅନ୍ୟମାନଙ୍କର ପରିଚୟର ଖୁଲାସା କରିବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+