12 ଜଣ ରାଜ୍ୟସଭା ସାଂସଦଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ, ତଦନ୍ତ ପାଇଁ ନାମ ପଠାଇଲେ ଜଗଦୀପ ଧନଖଡ଼
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ 12 ଜଣ ବିରୋଧୀ ସାଂସଦଙ୍କ ନାମ କମିଟି ଇଫ୍ ପ୍ରିଭିଲେଜ୍ ନିକଟକୁ ପଠାଇଛନ୍ତି । ଏହି ସାଂସଦ ମାନେ ବଜେଟ୍ ଅଧିବେଶନ ସମୟରେ ବିଶେଷାଧିକାରର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ମାନେ ବିରୋଧ ପ୍ରଦର୍ଶ କରିବା ସହ ହଙ୍ଗାମା କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା । ଏହା ପରେ ବର୍ତ୍ତମାନ ରାଜ୍ୟସଭା ଅଧ୍ୟକ୍ଷ ଏହି ସାଂସଦମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ 12 ଜଣ ବିରୋଧୀ ସାଂସଦଙ୍କ ନାମ କମିଟି ଇଫ୍ ପ୍ରିଭିଲେଜ୍ ନିକଟକୁ ପଠାଇଛନ୍ତି । ଏହି ସାଂସଦ ମାନେ ବଜେଟ୍ ଅଧିବେଶନ ସମୟରେ ବିଶେଷାଧିକାରର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । କମିଟି ଏହି ଅଭିଯୋଗର ଅନୁସନ୍ଧାନ କରିବ ଏବଂ ଏହାର ରିପୋର୍ଟ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବ ।
ଯାଞ୍ଚଟ ପାଇଁ ପଠାଯାଇଥିବା ବିରୋଧୀ ସାଂସଦଙ୍କ ମଧ୍ୟରେ ଅଛନ୍ତି ସଞ୍ଜୟ ସିଂହ, ଶକ୍ତିସିଂହ ଗୋହିଲ, ସୁଶୀଲ କୁମାର ଗୁପ୍ତା, ସନ୍ଦୀପ କୁମାର ପଠକ, ନାରଭାଇ ଜେ ରଥୱା, ସୟଦ ନାସିର ହୁସେନ୍, କୁମାର କେତକର, ଇମ୍ରାନ ପ୍ରତାପଗଡ଼ୀ, ଡ ଏଲ୍ ହନୁମନ୍ତୈୟା, ଫୁଲୋ ଦେବୀ, ଜେ.ବି. ମାଥେର ଏବଂ ରଞ୍ଜିତ ରଞ୍ଜନ ।
12 ଜଣ ସାଂସଦଙ୍କ ମଧ୍ୟରୁ ଯାହାର ନାମ ଯାଞ୍ଚ ପାଇଁ ପଠାଯାଇଛି, ସେମାନଙ୍କ ମଧ୍ୟରୁ 9 ଜଣ କଂଗ୍ରେସ ପାର୍ଟିର ଏବଂ ତିନି ଜଣ ଆମ୍ ଆଦମୀ ପାର୍ଟିର ନେତା । AAP ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଆମେ ଏପରି କିଛି କରିନାହୁଁ ଯାହାକୁ ଅଧିକାରର ଉଲ୍ଲଂଘନ କୁହାଯାଇପାରେ । ଆମେ କେବଳ ସତ କହିଛୁ, ସାଧାରଣ ଲୋକଙ୍କ ସହ ଘଟିଥିବା କୋଟି ଟଙ୍କାର ସ୍କାମକୁ ପ୍ରକାଶ କରିଛୁ । ଯେତେବେଳେ ଆମେ ନୋଟିସ୍ ପାଇବୁ, ଆମେ ଏହାର ଉତ୍ତର ଦେବୁ ।
ଫେବୃଆରୀ 18 ରେ ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଅଧିକାର ଉଲ୍ଲଂଘନ ଅଭିଯୋଗରେ ଅଧ୍ୟକ୍ଷ ତଦନ୍ତ କରିବାକୁ ପଠାଇଛନ୍ତି । ଏହି ସାଂସଦମାନେ ରାଜ୍ୟସଭାର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ଏହି ସାଂସଦମାନେ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପାଳନ କରିନାହାଁନ୍ତି । ଏହି ଲୋକମାନଙ୍କର ହଟ୍ଟଗୋଳ ହେତୁ ଗୃହର ପ୍ରକ୍ରିୟା ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।












Click it and Unblock the Notifications