Get Updates
Get notified of breaking news, exclusive insights, and must-see stories!

ତିନିଜଣ ସାଥୀଙ୍କ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ଆଇଟିବିପି ଯବାନ

ଭାରତ-ତିବ୍ଦତୀୟ ସୀମା ପୋଲିସର 8 ବାଟାଲିୟନର ଜଣେ କନଷ୍ଟେବଳ ନିଜ ସାଥୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ତାଙ୍କ ଗୁଳିରେ ତିନିଜଣ ସାଥୀ ଆହତ ହୋଇଛନ୍ତି ।

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦାମପୁରରେ ଶନିବାର ଦିନ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଭାରତ-ତିବ୍ଦତୀୟ ସୀମା ପୋଲିସର 8 ବାଟାଲିୟନର ଜଣେ କନଷ୍ଟେବଳ ନିଜ ସାଥୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ତାଙ୍କ ଗୁଳିରେ ତିନିଜଣ ସାଥୀ ଆହତ ହୋଇଛନ୍ତି । ଏହା ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ବିପଦରେ ରହିଛି । କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।

firing

କୁହାଯାଉଛି ଯେ ଯବାନ ତାଙ୍କ ସାଥୀଙ୍କ ସହ ବିବାଦ ପରେ ଗୁଳି ଚଳାଇଥିଲେ । ଏହି କାରଣରୁ ତିନିଜଣ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ଏହା ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ସମସ୍ତ ଆହତଙ୍କୁ କମାଣ୍ଡୋ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କ ଅବସ୍ଥା ଏବେ ବିପଦରୁ ବାହାରିଥିବା କୁହାଯାଉଛି । ତେବେ ବିବାଦ କ'ଣ ଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ ସବୁ ଦିଗରୁ ଯାଞ୍ଚ କରୁଛି ।
ଏପରି ଏକ ଘଟଣା ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚର ସୁରାନକୋଟେରୁ ସାମ୍ନାକୁ ଆସିଥିଲା । ଯେଉଁଥିରେ 2 ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଥିଲେ । ସେନା ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର (ଜୁଲାଇ 15) ସକାଳେ 156 ଟେରିଟେରାଲ୍ ଆର୍ମି ବାଟାଲିଅନ୍, ପୁଞ୍ଚ, ସୁରୁକୋଟ, ଜାମ୍ମୁ କାଶ୍ମୀରରେ ଜଣେ ସେନା କର୍ମୀ ନିଜ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଥିଲେ । ଏଥିରେ ଦୁଇଜଣ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+