ନଦୀକୁ ଖସିପଡ଼ିଲା ITBP ବସ୍, 6 ଯବାନ୍ ସହିଦ୍
ଜାମ୍ମୁ ଓ କାଶ୍ମୀରରେ ITBP ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଅନନ୍ତନାଗ ଜିଲ୍ଲାରେ ନଦାକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ 6 ଜଣ ଯବାନଙ୍କ ପ୍ରାଣହାନି ହୋଇଛି ।
ଜାମ୍ମୁ : ନଦୀକୁ ଖସିପଡିଛି ଭାରତୀୟ ସେନା ବସ୍ । ଜାମ୍ମୁ ଓ କାଶ୍ମୀରରେ ITBP ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଅନନ୍ତନାଗ ଜିଲ୍ଲାରେ ନଦାକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ 6 ଜଣ ଯବାନଙ୍କ ପ୍ରାଣହାନି ହୋଇଛି । ଅନେକ ସେନା କର୍ମୀ ଆହତ ହୋଇଛନ୍ତି ।

37 ଜଣ ଆଇଟିବିପି କର୍ମଚାରୀ ଏବଂ ଜାମ୍ମୁ ଓ କାଶ୍ମୀରର ଦୁଇଜଣ ପୋଲିସ୍ କର୍ମଚାରୀଙ୍କୁ ନେଇ ଯାଉଥିବା ବସ୍ ଚନ୍ଦନୱାରୀ ଏବଂ ପହଲଗାମ ମଧ୍ୟରେ ଥିବା ଏକ ଗଭୀର ଘାଟରେ ଖସି ପଡ଼ିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଦୁଇଜଣ ଆଇଟିବିପି କର୍ମଚାରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ 10 ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ମୋଟ 25 ଜଣ ଆଇଟିବିପି କର୍ମଚାରୀ ଏବଂ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ପରେ କାଶ୍ମୀର ଜୋନ୍ ପୋଲିସ ଏକ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ଯେ ଦୁର୍ଘଟଣାରେ 6 ଜଣ ଆଇଟିବିପି କର୍ମଚାରୀ ସହିଦ୍ ହୋଇଥିବା ବେଳେ ଆହତମାନଙ୍କୁ ଶ୍ରୀନଗରର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications